Source :- ODIA PUA

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦୀଲିପ କୁମାର ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ପୂର୍ବାଂଚଳ ଡି.ଆଇ.ଜି ସତ୍ୟଜିତ୍ ନାୟକ, ଏସ.ପି ମଡକର ସନ୍ଦୀପ ସମ୍ପତ ଯୋଗ ଦେଇଥିଲେ । ଏଥିରେ ମୋଟ ୬୦ଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୩୯ ବ୍ୟକ୍ତିଗତ, ୧୮ ସାମୁହିକ, ଗୋଟିଏ ରେଡକ୍ରସ୍‌, ୨ଟି ସି.ଏମ୍‌.ଆର.ଏଫ ସମ୍ବନ୍ଧୀୟ ଅଭିଯୋଗ ଥିଲା । ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଗୋପିନାଥପୁର ପଂଚାୟତ ସାହୁପଡା ଗ୍ରାମର ପରମାନନ୍ଦ ପୃଷ୍ଟିଙ୍କୁ ୫ ହଜାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲାପାଳ ମଞ୍ଜୁର କରିଥିଲେ । ୧୫ଟି ଅଭିଯୋଗର ତତ୍କାଳୀନ ସମାଧାନ କରାଯାଇଥିଲା । ଏଥିରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସୁଧାଂଶୁ ଶେଖର ବଳ, ଭାରପ୍ରାପ୍ତ ବିଡିଓ ନିଶିକାନ୍ତ ଖୁଂଟିଆ ଯୋଗ ଦେଇ ଅଭିଯୋଗ ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସାମାଜିକ ସୁରକ୍ଷା ଯୋଜନାରେ ଜଣେ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଆବଶ୍ୟକ ମତେ ଅଭିଯୋଗ ସମାଧାନ ପାଇଁ ତଥ୍ୟ ଉପସ୍ଥାପନ କରିଥିଲେ । ଆଗତ ହୋଇଥିବା ଅଭିଯୋଗ ସବୁର ନିୟମାନୁଯାୟୀ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

SOURCE: ODIA PUA