Home national news oriya ଭଣ୍ଡାରିପୋଖରୀ – ଜଗନ୍ନାଥ ମନ୍ଦିର ପୂଜା କମିଟି ପକ୍ଷରୁ ସ୍ନାନ ଯାତ୍ରା

ଭଣ୍ଡାରିପୋଖରୀ – ଜଗନ୍ନାଥ ମନ୍ଦିର ପୂଜା କମିଟି ପକ୍ଷରୁ ସ୍ନାନ ଯାତ୍ରା

4
0

Source :- ODIA PUA

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରୀପୋଖରୀ ବ୍ଲକ ସରସଦା ପଂଚାୟତ ର ତୁଳସୀପୁର (ଗ୍ରାମ: ଏକବୋଲା ) ଠାରେ ଥିବା ଜଗନ୍ନାଥ ମନ୍ଦିର ପୂଜା କମିଟି ପକ୍ଷ୍ୟରୁ ସ୍ନାନ ଯାତ୍ରା ଉଦଯାପିତ ହୋଇ ଅଛି। ଗ୍ରାମ ର ଶ୍ରଦ୍ଧାଳୁ ମାନେ ସ୍ଥାନୀୟ ପୋଖରୀରୁ ୩୨ ଗରା ଜଳ ଆଣିସାରିବା ପରେ ପୂଜକ ବିଶ୍ୱନାଥ ପାଣି ଏବଂ ବାବୁଲା ପଣ୍ଡା ଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତୀ ଙ୍କୁ ସ୍ନାନ କରାଇଥିଲେ। ଏହା ପରେ ନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ଥିଲା। ପୂଜା ମଣ୍ଡପ ରେ କେବଳ ସଂକଳ୍ପ କର୍ତା ସରୋଜ କବି ଓ ଶ୍ରୀମତୀ କବି ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ। ପିତାମ୍ବର ଦିଅ, ମନୋଜ କବି, ମୁରଲୀଧର ଦାସ, ବିଶ୍ୱେଶ୍ୱର ଦାସ, ରଘୁନାଥ ଦିଅ, ଶ୍ୟାମ ସୁନ୍ଦର ଦାସ, ଗୋପାଳ ବଲ୍ଳଭ କବି,ସତ୍ୟ ପ୍ରକାଶ ସ୍ୱାଇଁ ଟୁକୁ ଓଝା, ଜଗା ଦିଅ, ନିରାକାର ପାଣି, ବାବୁଲା ସାହୁ ଓ କାଳିଆ ଦିଅ ପ୍ରମୁଖ ପରିଚାଳନା କରିଥିଲେ।

SOURCE: ODIA PUA