Home national news oriya ଭଣ୍ଡାରିପୋଖରୀ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସଂଜୀବ

ଭଣ୍ଡାରିପୋଖରୀ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସଂଜୀବ

4
0

Source :- ODIA PUA

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାଣ ବର୍ଷା ଯୋଗୁଁ ଘରୁ ବାହାରିବା ଅସମ୍ଭବ ହୋଇପଡିଥିବାବେଳେ ଭଣ୍ଡାରିପୋଖରୀର ପ୍ରଭାବିତ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ଥାନୀୟ ବିଧାୟକ ସଂଜୀବ କୁମାର ମଲ୍ଲିକ। ଚାରି ଦିନ ହେବ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ନଦୀ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ବଢୁଛି ଜଳ ସ୍ତର । ତେବେ ଏହି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଂଚଳରେ ଏବେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ଅଂଚଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ୍ ମାଳଦା ଗ୍ରାମ ପଂଚାୟତ ର ବନ୍ୟା ଜଳ ବୃଦ୍ଧି ଯୋଗୁଁ ପ୍ରବାହିତ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ। ସେ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିବା ସହ ଲୋକ ମାନଙ୍କ ସହିତ ବନ୍ୟା ପରିସ୍ଥିତି ନେଇ ଆଲୋଚନା କରିଛନ୍ତି । ଜରୁରୀ କାଳୀନ ସେବା ନିମନ୍ତେ ଯଥାଶୀଘ୍ର ବୋଟ୍ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି

SOURCE: ODIA PUA