Home national news oriya ଭଦ୍ରକ ଇନ୍‌ଟାକ୍ ଶାଖାର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭଦ୍ରକ ଇନ୍‌ଟାକ୍ ଶାଖାର ଗୁରୁତ୍ୱପୂର୍ଣ୍ଣ ବୈଠକ

4
0

Source :- ODIA PUA

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଇନ୍‌ଟାକ୍ ଚାପ୍ଟରର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କନ୍‌ଭେନର ଦିଗମ୍ବର ମହାନ୍ତିଙ୍କ ସଭାପତିତ୍ୱରେ ଭଦ୍ରକ କୁଆଁସସ୍ଥିତ ନିତ୍ୟାନନ୍ଦଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଭ୍ୟ ହରମୋହନ କୁଅଁର, ଡ଼. ଗୋଲକ ବିହାରୀ ସାହୁ, ଡ଼. ଭାଗବତ ପ୍ରସାଦ ତ୍ରିପାଠୀ, ଅଜିତ୍ କୁମାର ନାୟକ ଓ ମୁକ୍ତିକାନ୍ତ ମହାପାତ୍ର ମଂଚାସୀନ ହୋଇଥିଲେ । ବୈଠକ ଆରମ୍ଭରେ ଦିବଂଗତ ସଭ୍ୟ ଅଚ୍ୟୁତାନନ୍ଦ ସାମଲ, ଡ଼. ମାନସ ରଂଜନ ଲେଙ୍କା, ଡ଼. ପ୍ରଭାତ ନଳିନୀ ମହାପାତ୍ର ଓ ଅନାଦି ଚରଣ ଦାସଙ୍କ ବିୟୋଗରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସେମାନଙ୍କ ଗୁଣାବଳୀ ଆଲୋଚିତ ହୋଇଥିଲା ଏବଂ ନୂଆ ସଭ୍ୟ ଅକ୍ଷୟ କୁମାର ହୋତା, ରବୀନ୍ଦ୍ର କୁମାର ମହାରଣା ଓ ଦିଲ୍ଲୀପ କୁମାର ନାୟକଙ୍କୁ ସ୍ୱାଗତ କରାଯାଇଥିଲା । ଇନ୍‌ଟାକ୍ ଶାଖାର ଆଠ ଜଣ ଆଜୀବନ ସଭ୍ୟ-ହରମୋହନ କୁଅଁର, ଗୟାଧର ପଣ୍ଡା, ଆଦିତ୍ୟ କୁମାର ନାୟକ, ପ୍ରଦୀପ୍ତ କୁମାର ଦାସ, ସଂଗ୍ରାମ କେଶରୀ ସାହୁ, ସତ୍ୟବ୍ରତ ମହାନ୍ତି, ଜଗନ୍ନାଥ ନାୟକ ଓ ଲକ୍ଷ୍ମଣ କୁମାର ମହାନ୍ତିଙ୍କୁ ଲୋଗୋ ଓ ପରିଚୟପତ୍ର ବଂଟନ କରାଯାଇଥିଲା । ଇନ୍‌ଟାକ୍ ସଂଗଠନର ପ୍ରକୃତ ଉଦ୍ଦେଶ୍ୟ ଆମ ଜାତୀୟ ସଂପତିର ସୁରକ୍ଷା ତଥା ଐତିହାସିକ ସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର ସକାଶେ ଦୃଷ୍ଟିପାତ କରିବା ସହିତ ଏହାର ସଂରକ୍ଷଣ ପାଇଁ ତେର ଜଣ ବିଶିଷ୍ଟ ସବ୍‌କମିଟି ଗଢ଼ାଯାଇଥିଲା ଏବଂ ଏହାର ଆବାହକ ମନୋନୀତ ହୋଇଥିଲେ ଡ଼. ଭାଗବତ ତ୍ରିପାଠୀ । ଅନ୍ୟ ସଦସ୍ୟମାନେ ହେଲେ ଡ଼. ମନୀନ୍ଦ୍ର ମହାନ୍ତି, ଡ଼. ଗୋଲକ ବିହାରୀ ସାହୁ, ଡ଼. କ୍ଷୀରୋଦ କୁମାର ସାମଲ, ଲକ୍ଷ୍ମଣ କୁମାର ମହାନ୍ତି, ବାବୁଲାଲ୍ ଦାସ, ମୁକ୍ତିକାନ୍ତ ମହାପାତ୍ର, ଅଜିତ୍ କୁମାର ନାୟକ, ହରମୋହନ କୁଅଁର, ଆଦିତ୍ୟ କୁମାର ଗୋସ୍ୱାମୀ, ବିଜୟ କୁମାର ମହାନ୍ତି, ଗୟାଧର ପଣ୍ଡା ଓ ମଦନ ମୋହନ ନାୟକ । ସବ୍‌କମିଟିର କାର୍ଯ୍ୟାନୁଷ୍ଠାନ ପାଇଁ ୫ ହଜାର ଟଙ୍କା ଇନ୍‌ଟାକ୍ ଫଣ୍ଡରୁ ଅଗ୍ରୀମ ପ୍ରଦାନ ପାଇଁ ପ୍ରସ୍ତାବ ଅନୁମୋଦନ କରାଗଲା । ଆଗାମୀ ବାର୍ଷିକ ଉତ୍ôସବ ୨୦୨୬ ଡ଼ିସେମ୍ବରରେ କରାଯିବା ସହିତ ବିଶ୍ୱ ହେରିଟେଜ୍ ଦିବସ ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ପାଳନ କରାଯିବା ପାଇଁ ସ୍ଥିର କରାଗଲା । ସଂପ୍ରତି ଭଦ୍ରକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ, ଚାନ୍ଦବାଲି ଠାରେ ମେରିଟାଇମ୍ ମ୍ୟୁଜିୟମ୍‌, ଐତିହାସିକ ସ୍ଥଳ ଗୋହିରାଟିକିରୀର ପୁନରୁଦ୍ଧାର ଓ ଆଗରପଡ଼ା ଠାରେ ହରେକୃଷ୍ଣ ମହତାବଙ୍କ ସ୍ମାରକୀ ଗୃହର ନିର୍ମାଣକାର୍ଯ୍ୟ ଚାଲୁଥିବାରୁ ଭଦ୍ରକ ଇନ୍‌ଟାକ୍ ଶାଖା ସନ୍ତୋଷ ପ୍ରକାଶ କରିଥିଲା । ଆଜିର ଉପସ୍ଥିତ ସଭ୍ୟମାନଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରିଥିଲେ ମଦନ ମୋହନ ନାୟକ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସଭ୍ୟ କୈଳାସ ଚନ୍ଦ୍ର ପଣ୍ଡା । ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ ଅଜିତ କୁମାର ଦାସ, ଶାନ୍ତନୁ କୁମାର ରାଉତ, ସ୍ନେହଲତା ବେହେରା, ଯୁଧିଷ୍ଠିର ବାରିକ୍‌, ଚନ୍ଦ୍ରମୋହନ ମହାନ୍ତି, ଅଶୋକ କୁମାର ଦାସ, ଉଦୟନାଥ ମହାନ୍ତି, ସୁରେଶ କୁମାର ସାହୁ, ରତିକାନ୍ତ ମହାନ୍ତି, କଳ୍ପନା ବେହେରା, ବାଦଲ କିଶୋର ମହାପାତ୍ର, ଏସ୍‌.କାମିଲା ଓ ହୃଷିକେଶ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।

SOURCE: ODIA PUA