Home national news oriya ଭଦ୍ରକ : ନୂଆ ରୂପରେ ବଜାଜ ପଲସର

ଭଦ୍ରକ : ନୂଆ ରୂପରେ ବଜାଜ ପଲସର

5
0

Source :- ODIA PUA

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶଙ୍କର ବଜାଜ, ଭଦ୍ରକ ପକ୍ଷରୁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ସହ ଚଳିତବର୍ଷର ନୂତନ ବଜାଜ ପଲସର ବଜାରକୁ ପ୍ରବେଶ କରିଛି। ଏହି ବାଇକ୍‌ର ଲୁକ୍ ଅତ୍ୟନ୍ତ ମନମୁଗ୍ଧକର ହେବା ସହ ଇଂଜିନ୍‌, ଚେଚିସ ଓ ସସପେନସନ ମଧ୍ୟ ପରିବର୍ତନ କରାଯାଇଛି। ନୂଆ ପଲସର ୧୨୫, ୧୫୦ ଓ ଏନ୧୬୦ ୪ଭି ର ଅତ୍ୟାଧୁନିକ ବୈଶିଷ୍ଟ ଗ୍ରାହକମାନଙ୍କୁ ବେଶ୍ ଆକଅଷ୍ଟ କରିଥିବାବେଳେ ବିଶେଷକରି ଯୁବର୍ଗରେ ଆଦୃତ ହେବ ବୋଲି ଶୋରୁମ୍ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ଏହି ନୂଆ ପଲସରରେ ୫ ଟିଏଫ୍‌ଟି ଡିସ୍‌ପ୍ଲେ, ୟୁଏସ୍‌ବି ଟାଇପ୍ ସି ଚାର୍ଜିଂ ପୋର୍ଟ, ଏଲଇଡି ଓ ହାଜାର୍ଡ ଲାଇଟ୍‌, ସ୍ମାର୍ଟଫୋନ୍ କନେକ୍ଟିଭିଟି, ମ୍ୟୁଜିକ କେଂଟ୍ରାଲ, ଟର୍ଣ୍ଣ ବାଇ ଟର୍ଣ୍ଣ, ନେଭିଗେସନ, କଲ ଏବଂ ଏସଏମଏସ ଆଲର୍ଟ ଡକ୍ୟୁମେଂଟ, ଷ୍ଟୋରେଜ, ଗୁଗୁଲ ମ୍ୟାପ୍ ମିରରିଂ, ସାଇଲେଂଟ ଷ୍ଟାର୍ଟ, କ୍ରଲ ଟେକ୍ ଆଦି ସୁବିଧା ରହିଛି। ଏହି ପଲସର ୧୨୫ର ଏକ୍ସ ଶୋରୁମ୍ ମୂଲ୍ୟ ୯୪ ହଜାର ୬୬୦, ପଲସର ୧୫୦ ର ମୂଲ୍ୟ ୧ ଲକ୍ଷ ୧୫ ହଜାର ୫୨ ଟଙ୍କା, ଏନ୧୬୪ ଭି ର ୧୬୫ ସିସିରେ ୪ ଭାଲଭ୍‌, ଅଏଲ୍ କୁଲଡ୍‌, ସିଙ୍ଗଲ ସିଲିଣ୍ଡର ଇଂଜିନିନର ସୁବିଧା ରହିଛି। ଏହି ନୂଆ ପଲସର ବାଇକ୍‌ର ଚାଳନା ଉଚ୍ଚସ୍ତରକୁ ନେଇଯିବ ବୋଲି ଶୋରୁମ୍‌ର ସତ୍ୱାଧିକାରୀ ପ୍ରୀତେଶ ଅଗ୍ରୱାଲ ଆଶା ପ୍ରକଟ କରିଛନ୍ତି। ଏଥିଉପଲକ୍ଷେ ଏହି ନୂତନ ପଲସରର ଲଂଚ ଅବସରରେ ଭଦ୍ରକର ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଉଦ୍‌ଘାଟକ ଭାବେ ଯୋଗଦେଇଥିବାବେଳେ ଶୋରୁମ୍ ର ନିୟୋଜକ ଉମାଶଙ୍କର ଅଗ୍ରୱାଲ, ଜିତେନ୍ଦ୍ର ଅଗ୍ରୱାଲ, ମ୍ୟାନେଜର ମଦନ ମିଶ୍ର, କମାଣ୍ଡ ଏରିଆ ମ୍ୟାନେଜର ସତ୍ୟବ୍ରତ ପାଣିଙ୍କ ସମେତ ଶୋରୁମ୍‌ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

SOURCE: ODIA PUA