Source :- ODIA PUA

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମକର ସଂକ୍ରାନ୍ତି ପାଇଁ ମଙ୍ଗଳବାର ଉତ୍ସବ ମୁଖର ହୋଇ ଉଠିଥିଲା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ମନ୍ଦିରର ପରମ୍ପରା ଅନୁଯାୟୀ ମଣିବାବାଙ୍କୁ ଲାଗି ହୋଇଥିଲା ନୂଆ ଚାଉଳ ଓ ଆଖୁ ଛେନା ପଣାରେ ପ୍ରସ୍ତୁତ ମକରଚାଉଳ ଓ ପୋଡପିଠା ଭୋଗ। ମଣିବାବାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍‌ଯାପକ ବ୍‌୍ୟବସ୍ଥା କରାଯାଇଥିଲା ପୀଠରେ। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ଭିତରେ ଓ ବାହାରେ ସ୍ୱତନ୍ତ୍ର ବ୍‌୍ୟାରିକେଡ ବ୍‌୍ୟବସ୍ଥା କରାଯାଇଥିଲା। ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ ସହ ରୀତିନୀତି ଅନୁଯାୟୀ ଜଳାଭିଷେକ ଓ ଘର୍ଷଣ ଲାଗିକରାଯାଇ ସମସ୍ତ ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ନୂଆ ମକର ଚାଉଳ ଓ ପୋଡପିଠା ଭୋଗ ଲାଗି କରାଯାଇଥିଲା ମଣିବାବାଙ୍କୁ। ଅପରାହ୍ଣ ସୁଧା ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇ ସଂଧ୍‌୍ୟା ଆଳତୀ କରାଯାଇଥିଲା।

SOURCE: ODIA PUA