Home national news oriya ରାହାଞ୍ଜ ଠାରେ ୧୬ ନମ୍ବର ଜାତୀୟ ରାଜପଥର ଅବସ୍ଥା ବେହାଲ, ବର୍ଷ ବର୍ଷ ଧରି ନିର୍ମାଣାଧୀନ...

ରାହାଞ୍ଜ ଠାରେ ୧୬ ନମ୍ବର ଜାତୀୟ ରାଜପଥର ଅବସ୍ଥା ବେହାଲ, ବର୍ଷ ବର୍ଷ ଧରି ନିର୍ମାଣାଧୀନ ଗଳାପୋଲର ଅର୍ଗଳୀରେ ସଢୁଛି ଜନତା

6
0

Source :- ODIA PUA

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରାହାଞ୍ଜ ନିକଟଭ୧୬ ନମ୍ବର ଜାତୀୟ ରାଜପଥରରେ ବର୍ଷ ବର୍ଷ ଧରି ନିର୍ମାଣାଧୀନ ନୂତନ ଗଳା ପୋଲର କାର୍ଯ୍ୟ ସଂପୂର୍ଣ୍ଣ ନ ହେବାରୁ ଦୈନିକ ବାଲେଶ୍ୱର, ବାରିପଦା, ମୁମ୍ବାଇ ଓ କୋଲକାତା ଭଳି ସୁଦୂର ସ୍ଥାନକୁ ଯାତାୟାତ କରୁଥିବା ହଜାର ହଜାର ଯାନ ସମେତ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯାହା ଜଣାଯାଏ ଦୀର୍ଘ ଦିନ ଧରି ଏହି କାର୍ଯ୍ୟ ଚାଲି ଆସୁଥିଲେ ହେଁ ଅଦ୍ୟାବଧି ତାର କାର୍ଯ୍ୟ ସରି ନାହିଁ। ମନ୍ଥର ଗତିରେ ଏହି କାର୍ଯ୍ୟ ଚାଲୁ ଥିବାରୁ ଚଳିତ ବର୍ଷା ଦିନରେ ଏହି ରାସ୍ତା ବଡ ବଡ଼ ଖାଲ ଖମାରେ ପୁରି ଗଲାଣି। ଫଳରେ ଏହା ଏବେ ଏକ ଦୁର୍ଘଟଣା ଜନିତ ମରଣ ଯନ୍ତାରେ ପରିଣତ ହେଲାଣି। ଏହି ରାଜପଥ ଦେଇ ପ୍ରତିଦିନ ଶହ ଶହ ଭାରି ଯାନ ଚାଲିବା ଦ୍ୱାରା ଯେଭଳି ଖାଲ ମାନ ସୃଷ୍ଟି ହୋଇ ଚାଲିଛି, ତାହା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ ହେବନାହିଁ। ଏହି ରାସ୍ତା ପାର୍ଶ୍ୱରେ ଚରମ୍ପା କଲେଜ ଭଳି ଏକ ଶିକ୍ଷାନୁଷ୍ଠାନ ରହି ଥିବାରୁ ହଜାର ହଜାର ଛାତ୍ର ଛାତ୍ରୀ ପ୍ରତିଦିନ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ସେହିଭଳି ପ୍ରତିଦିନ ପଡୋଶୀ ଜିଲ୍ଲା ସମେତ ଭଦ୍ରକ,କଟକରେ ଥିବା ଚିକିତ୍ସାଳୟ ଓ ଭୁବନେଶ୍ୱରରେ ଥିବା ଏମ୍ସ ଭଳି ଜାତୀୟ ହସ୍ପିଟାଲକୁ କୋଲକାତା, ଝାଡ଼ଖଣ୍ଡ ରାଜ୍ୟରୁ ଆମ୍ବୁଲାନ୍ସରେ ଆସୁଥିବା ବହୁ ରୋଗୀ ଏଭଳି ଦୟନୀୟ ରାସ୍ତାରେ ଆସି ଅଧିକ ଅସୁସ୍ଥ ହୋଇ ପଡୁଛନ୍ତି। ବିଶେଷକରି ରାସ୍ତାର ଦୁଇ ପାର୍ଶ୍ୱରେ ଜମୁଥିବା ପାଣି ଯୋଗୁ ଲୋକେ ହନ୍ତ ସନ୍ତ ହେଉଛନ୍ତି। ଏଣୁ ଜାତୀୟ ରାଜପଥ କାର୍ତ୍ୟୁ ପକ୍ଷ ତୁରନ୍ତ ଯୁଧ୍ୟକାଳୀନ ଭିତିରେ ଏହି କାର୍ଯ୍ୟ ପ୍ରତି ଦୃଷ୍ଟି ଦେବାକୁ ରାହାଞ୍ଜ, ଅସୁରା, ରାଣୀତାଲର ଲକ୍ଷାଧିକ ଜନ ସାଧାରଣ ଦାବି କରିଛନ୍ତି।

SOURCE: ODIA PUA