Home national news oriya ଲଘୁଚାପ ଜନିତ ପ୍ରବଳ ବର୍ଷା, ଧାନତଳି ନଷ୍ଟହେବା ଆଶଙ୍କା, ଚିନ୍ତାରେ ଚାଷୀକୂଳ

ଲଘୁଚାପ ଜନିତ ପ୍ରବଳ ବର୍ଷା, ଧାନତଳି ନଷ୍ଟହେବା ଆଶଙ୍କା, ଚିନ୍ତାରେ ଚାଷୀକୂଳ

4
0

Source :- ODIA PUA

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗିରହିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହେଉଛି। ଯାହାଫଳରେ ଖରିଫ ଧାନ ଚାଷ ପାଇଁ ଚାଷୀ ପକାଇଥିବା ଆତରା ତଳା ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।ଫଳରେ ଚାଷୀ କୂଳ ଏବେ ଚିନ୍ତାରେ ପଡିଯାଇଛନ୍ତି। ବିଶେଷତଃ ବ୍ଲକର ଚାଷୀମାନେ ଧାନ ଚାଷ ଉପରେ ନିର୍ଭର କରିଚଳିଥାନ୍ତି।ଚଳିତ ବର୍ଷ ଖରିପ ଧାନ ଚାଷ ପାଇଁ ବତୁରୀ ତଳି ପକାଇବାକୁ ପାଗ ନହେବାରୁ ଚାଷୀମାନେ ଆତରା ତଳି ପକାଇଥିଲେ।ଆତରା ତଳି ବର୍ଷା ପାଣିରେ ବୁଡିରହିଛି।ଚାଷ ଜମିର ଉୠର ପର୍ଶ୍ୱରେ ରେଳପଥ ଥିବାରୁ ବର୍ଷାପାଣି ସୁବିଧାରେ ନିଷ୍କାସନ ହୋଇପାରୁ ନାହିଁ।ଯଦି ତଳି ଜମିରେ ଆଉ କିଛିଦିନ ବର୍ଷା ପାଣି ଜମିରହେ ତାହାଲେ ଧାନ ତଳି ନଷ୍ଟ ହେବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି।ଏଥିସହ ପନି ପରିବା ଫସଲ ମଧ୍ୟ ବ୍ୟାପକ କ୍ଷତି ହୋଇଥିବା ଜଣାଯାଇଛି ।ବ୍ଲକକୁ ୪୫ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ଲଘୁଚାପ ବର୍ଷା ପରେ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନକରି କ୍ଷତିପୂରଣ ଦେବାକୁ ଚାଷୀଙ୍କ ମହଲରୁ ଦାବିକରାଯାଇଛି।

SOURCE: ODIA PUA