Home national news oriya ଶାନ୍ତିଲତା କମଳାକାନ୍ତ ଟ୍ରଷ୍ଟ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା

ଶାନ୍ତିଲତା କମଳାକାନ୍ତ ଟ୍ରଷ୍ଟ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା

6
0

Source :- ODIA PUA

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋମବାର ବିଳମ୍ବିିତ ରାତ୍ରରେ ବନ୍ତ ତହସିିିଲ୍ ନିଳୋକ ପଚାଂୟତ ଗୋହିିରାପଦୀ ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ମଥୁରୀ ପାତ୍ରଙ୍କର ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଥିଲା । ଖବରପାଇ ଆଜି ଶାନ୍ତିଲତା କମଳାକାନ୍ତ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ଶିକ୍ଷାବିତ୍ ଅଜୟ କୁମାର ପୃଷ୍ଟି, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ସାହୁ, ନାରାୟଣ ଚନ୍ଦ୍ର ଲେଙ୍କା,କୋଷାଧ୍ୟକ୍ଷ ସୁରେଶ ସାହୁ, ସାମ୍ବାଦିକ ହେମନ୍ତ ସିଂହ ପ୍ରମୁଖ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏହି ଅବସରରେ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ପିନ୍ଧା ବସ୍ତ୍ର ପ୍ରଦାନ କରାଯାଇଥିଲା । ଭାଗବତ ସାହୁ, ପଦ୍ମନାଭ ରାଉତ, ସୌଭାଗ୍ୟ ସାରଥୀ ସାହୁ, ସମୀର ସାହାଜୀ, ଶଶିକାନ୍ତ ସାହୁ, ନିରଞ୍ଜନ ଦଲାଇ, ଲକ୍ଷ୍ମୀଧର ସାହୁ, ବିଶ୍ୱରଞ୍ଜନ ସାହୁ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ ।

SOURCE: ODIA PUA