Home national news oriya ଶିକ୍ଷକ ଅଶୋକ ଖିଲାର ସମ୍ବର୍ଦ୍ଧିତ

ଶିକ୍ଷକ ଅଶୋକ ଖିଲାର ସମ୍ବର୍ଦ୍ଧିତ

5
0

Source :- ODIA PUA

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – -ଆଗରପଡା କୃଷ୍ଣ ଚରଣ ବିଦ୍ୟା ମନ୍ଦିରର ଆଦର୍ଶ ଶିକ୍ଷକ ଅଶୋକ ଖିଲାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେ ଏହି ବିଦ୍ୟାଳୟରେ ଦୀର୍ଘ ବର୍ଷ ହେବ ଶିକ୍ଷାଦାନ କରି ଆସୁଥିବା ବେଳେ ଭଦ୍ରକ,ବନ୍ତ ଓ ଆଗରପଡା ଅଚଂଳର ବିଭିନ୍ନ ସାହିତ୍ୟ,ଆଧ୍ୟାତ୍ମିକ ଓ ସାମାଜିକ ସଂଗଠନ ସହ ଜଡିତ ରହି କାର୍ଯ୍ୟ କରି ଆସୁଛନ୍ତି । ଏଥିପାଇଁ ତାଙ୍କୁ ଭୁବନେଶ୍ୱରର ଅଗ୍ରଣୀ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ଆମ ପରିବାର ଓ ରାଜଧାନୀ ସଂଗ୍ରାମୀ ସେବା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସାଧୁ, ସନ୍ଥ ଓ ଅଧ୍ୟାମିôିକ ବ୍ୟକ୍ତି ଯୋଗ ଦେଇଥିବା ବେଳେ ଶ୍ରୀ ଖିଲାରଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆମ ପରିବାରର ସମ୍ପାଦକ ସତ୍ୟବ୍ରତ ଜେନାଙ୍କ ଆବାହକତ୍ୱରେ ସଂଗଠନର ମୁଖ୍ୟ ଉପଦେଷ୍ଟା ସାମ୍ବାଦିକ ହେମନ୍ତ ସିଂହ ସଭାକୁ ଅଧ୍ୟକ୍ଷତା କରିଥିଲେ । ସଭାରେ ରାଜଧାନୀ ସଂଗ୍ରାମୀ ସେବା ସଂଘର ପ୍ରତିଷ୍ଠାତା ସମାଜସେବୀ ନାରାୟଣ ଚନ୍ଦ୍ର ଓଝା, ରୋହିତ କୁମାର ନାୟକ, ସମାଜସେବିକା ରୁଦ୍ରାଣୀ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବାହୁଡା ଓ ସୁନାବେଶ ଅବସରରେ ସଂଗଠନର କାର୍ଯ୍ୟକୁ ମହାନ ବୋଲି କହିଥିଲେ

SOURCE: ODIA PUA