Home national news oriya ଶିକ୍ଷକ ସୁଧାଂଶୁ ଶେଖର ମହାନ୍ତିଙ୍କୁ ଅବସର ସମ୍ବର୍ଦ୍ଧନା

ଶିକ୍ଷକ ସୁଧାଂଶୁ ଶେଖର ମହାନ୍ତିଙ୍କୁ ଅବସର ସମ୍ବର୍ଦ୍ଧନା

5
0

Source :- ODIA PUA

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ମାଳତିରା ଠାରେ ଘଟଗାଁ ବ୍ଲକ ଝାରବେଡା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସେବା ନିବୃତ ଶିକ୍ଷକ ସୁଧାଂଶୁ ଶେଖର ମହାନ୍ତିଙ୍କୁ ଅବସର ସମ୍ବର୍ଦ୍ଧନା ଦିଆଯାଇଛି । ବିଶିଷ୍ଟ ସମାଜସେବୀ ସେକ୍ ଜଲ୍ଲାଲୁଦିନ୍ ସଭାକୁ ଅଧ୍ୟକ୍ଷତା କରିଥିବା ବେଳେ ଶାଳବଣୀ କଲେଜର ଅଧ୍ୟାପକ ନରହରି ଜେନା ମଂଚ ସଚାଂଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ତଥା ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକ କହିଲେ,ଶ୍ରୀ ମହାନ୍ତି ଜଣେ ଆଦର୍ଶବାନ ଶିକ୍ଷକ ଓ ସୁସଂଗଠକ ଥିବା ବେଳେ ଗ୍ରାମର ବହୁବିଧ ଉନ୍ନତି ତାଙ୍କ ଦ୍ୱାରା ହୋଇ ପାରିଛି । ସରକାରୀ ଚାକିରୀରୁ ଅବସର ପରେ ବାକି ତକ ସମୟ ସମାଜ ସେବାରେ ଲଗାଇବା ନେଇ ଆଶାବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା ଦୃଢ ସଂକଳ୍ପ ନେଇ ସୁଧାଂଶୁ ସାର କାମ କରନ୍ତି ବୋଲି କହି ତାଙ୍କର ବାକିତକ ସମୟ କର୍ମ ଚଚଂଳ ରହୁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, ଶିକ୍ଷାବିତ୍ ରମାକାନ୍ତ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ପୂର୍ବତନ ସରପଚଂ ମୁସ୍ତାକ ଅଲ୍ଲୀ ଖାଁ, ସମାଜସେବୀ ସୁବାଷ ଦାସ, ଟାଟା ଷ୍ଟିଲ୍ ଜୋଡାର ସାଧାରଣ ସମ୍ପାଦକ ଇଂ.ସୁମନ୍ତ ମହାନ୍ତି, ପୂର୍ବତନ ସରପଚଂ ଅଜୟ ବେହେରା, ସମିମ ନବାଜ ପ୍ରମୁଖ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବନ୍ତ ବରିଷ୍ଠ ନାଗରିକ ମଂଚ, ଗ୍ରାମବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ସୁଦୀପା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ତରାପୁର ଛକ ଠାରୁ ଏକ ଶୋଭାଯାତ୍ରାରେ ଶ୍ରୀ ମହାନ୍ତିଙ୍କୁ ପାଚ୍ଛୋଟି ଅଣାଯାଇଥିଲା । କାର୍ଯ୍ୟକ୍ରମକୁ ରମାକାନ୍ତ ଜେନା, ସୁଶ୍ରୀ ସଙ୍ଗୀତା ମହାନ୍ତି, ମମତା ମହାନ୍ତି, ରାଧିକା ମହାନ୍ତି, ସୋନୁ ମହାନ୍ତି, ଶୋଭାଦୀପା ମହାନ୍ତି , ବ୍ରହ୍ମତେଜ ମହାନ୍ତି, ଚନ୍ଦନ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

SOURCE: ODIA PUA