Home national news oriya ଶିକ୍ଷକଙ୍କ ଅବସରକାଳୀନ ସଭା ଅନୁଷ୍ଠିତ

ଶିକ୍ଷକଙ୍କ ଅବସରକାଳୀନ ସଭା ଅନୁଷ୍ଠିତ

3
0

Source :- ODIA PUA

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ପହଣା କ୍ଲଷ୍ଟର ଅଧିନ ସିଙ୍ଗିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବୋଧ ଶେଖର ଖୁଂଟିଆଙ୍କର ମଙ୍ଗଳବାର କାର୍ଯ୍ୟକାଳ ସରିଥିବାରୁ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଥିଲା। ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚିତରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ ସ୍ୱାଇଁ, ଶ୍ରୀଧର ବାରିକ, ଜଗନ୍ନାଥ ପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗଦାଧର ନାୟକ, ହୃଦାନନ୍ଦ ନାୟକ, ନରହରୀ ଦାସ, ଭରତହରି ସେଠୀ, ପିତବାସ ନାୟକ, ପ୍ରଭାକର ଜେନା, ଶମ୍ଭୁନାଥ ମୃମୁ, ଗଦାଧର ପାତ୍ର, ମାଧପୁର ସିଆରସିସି କୃଷ୍ଣଚରଣ ଜେନା, ମଠଡିହ ବିଦ୍ୟାଳୟର ରଞ୍ଜିତ କୁମାର ରାଉତ, ଅନୁପମା ପୁହାଣ, ମଙ୍ଗୁଳିଚରଣ ସେଠୀ, ସମାଜସେବୀ ସ୍ୱାଧିନ ଦାସ, ପହଣା ଓ ମଠଡିହ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଅଧ୍ୟୟନରତ , ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରଧାନଶିକ୍ଷକ ଶ୍ରୀ ଖୁଂଟିଆଙ୍କ ଚାକିରୀ ପ୍ରାରମ୍ଭରୁ ଦୀର୍ଘ ୧୮ ବର୍ଷ ଧରି ସିଙ୍ଗିପୁର ବିଦ୍ୟାଳୟରେ ରହିବା ସହ ପାଠ ପଢ଼ାଇବା ଠାରୁ ଆରମ୍ଭ କରି ବିଦ୍ୟାଳୟ ପରିସରକୁ ସରସ ସୁନ୍ଦର ଗଢି ତୋଳିବା ଆଦି କାର୍ଯ୍ୟ କରି ବେଶ ପ୍ରଶଂସନୀୟ ହୋଇପାରିଥିଲେ। ଏପରିକି ସ୍ଥାନୀୟ ଗାଁ ଲୋକଙ୍କର ଅତି ଆଦରର ଶିକ୍ଷକ ହୋଇଥିବାରୁ ବିଦାୟ ବେଳେ ଗାଁ ଲୋକଙ୍କର କାନ୍ଦବୋବାଳିରେ ଫାଟି ପଡ଼ିଥିଲା ବିଦ୍ୟାଳୟ ପରିସର। ଏପରିକି ସାରଙ୍କୁ କିଏ ଓତରୀ ପ୍ରଦାନ କରିଥିଲା ତ ଆଉ କିଏ ମାନପତ୍ର, ଫଟୋଚିତ୍ର ଦେଇ ପ୍ରଣିପାତ କରିଥିଲେ।

SOURCE: ODIA PUA