Source :- ODIA PUA

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତଥା ଧାମରା ଅଂଚଳର ବରିଷ୍ଠ ଶିକ୍ଷାବିତ ତ୍ରିଲୋଚନ ପ୍ରଧାନଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଜାଗୁଳା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ରାଜ୍ୟ ବିଜେପି ସଭାପତି ଧାମରା ରେ ପଂହଚିବା ପରେ ଜାଗୁଳା ଗ୍ରାମ ପଂଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସ୍ୱର୍ଗତ ପ୍ରଧାନଙ୍କ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ତ୍ରିଲୋଚନ ପ୍ରଧାନ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକରେ ସେ ଏକାଧାରାରେ କେବଳ ଜଣେ ସମାଜସେବୀ ପାଇଁ ନୁହେଁ ବରଂ ଜଣେ ବରିଷ୍ଠ ଶିକ୍ଷାବିତ ଏବଂ ସାଧାରଣ ଜନତା ତଥା ଅଂଚଳବାସୀଙ୍କ ପାଇଁ ସବୁ ସମୟରେ କିଛି କରିବାର ସ୍ୱପ୍ନ ଦେଖିବା ସହ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେଉଥିଲେ ବୋଲି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ନିଜର ବକ୍ତବ୍ୟ ରଖିଥିଲେ। ବରିଷ୍ଟ ସମାଜସେବୀ ନରହରି ମଲିକ ହୋଇଥିବା ସ୍ମୃତି ଚାରଣ ସଭାରେ ସଭାପତିତ୍ୱ କରିଥିବା ବେଳେ ଦେବେନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମାଜସେବୀ ତଥା ବୟୋବୃଦ୍ଧ ନେତା ଜୟକୃଷ୍ନ ଜେନା, ତ୍ୟାଗଭୂମିର ସଂପାଦକ ତଥା ସୁସାହିତ୍ୟିକ ଅଜୟ ନାୟକ, ଧାମରା ପଂଚାୟତ ର ସମିତିସଭ୍ୟ ପ୍ରିୟରଜ୍ଞନ ଜେନା, ସମାଜସେବୀ ଅଭିମନ୍ୟୁ ରାଉତ ଏବଂ ମତୋ ପଂଚାୟତର ବରିଷ୍ଠନେତା ସନାତନ ସାହୁ ପ୍ରମୁଖ ମଂଚାସୀନ ରହିବା ସହ ତ୍ରିଲୋଚନ ପ୍ରଧାନଙ୍କ ସ୍ମୃତିଚାରଣ କରିବା ସହ ଅଂଚଳର ଉନ୍ନତିରେ ତ୍ରିଲୋଚନ ପ୍ରଧାନଙ୍କ ଭୂମିକା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ସ୍ୱର୍ଗତ ତ୍ରିଲୋଚନ ପ୍ରଧାନ ଙ୍‌କ ପୁତ୍ର ଟୁଲୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ହୋଇଥିବା ସ୍ମୃତିଚାରଣ ସଭା ଏବଂ ତୃତୀୟ ଶ୍ରାଦ୍ଧ ବାର୍ଷିକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦ୍ୱୀପ ରାଉତ, ପିତାମ୍ବର ଦାସ, ଟୁଲୁ ପ୍ରଧାନ, ଅତୁଲ ଜାନା, ପ୍ରଦ୍ୱୀପ ବେହେରା,ମନୋଜ ଲେଙ୍କା, କାର୍ତିକ ଗୁଡିଆ, ଅବଦୁଲ ଆହେଦ ଖାନ, ରମେଶ ବାରିକ ,ନରହରି ମଲିକ,ଗଣେଶ ସେଠୀ,ପର୍ଶୁରାମ ସେଠୀ, ଦୀପକ ବେହେରା, ବସନ୍ତ ଖିଲାର, ରାଜକୁମାର କାଣ୍ଡାର, ମଂଟୁ ମଲିକ, ଚନ୍ଦନ ଜେନା, ସୁନାକର ଜେନା, ରତିକାନ୍ତ ଜେନା, ନିତ୍ୟାନନ୍ଦ ନାୟକ, ସନାତନ ବାରିକ, ସୁଧାଂଶୁ ବାରିକ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଦିଂବଗତ ତ୍ରିଲୋଚନ ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ।

SOURCE: ODIA PUA