Source :- ODIA PUA

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କର, ସମସ୍ତ ଠିକା, ସ୍କିମ , ଅସଂଗଠିତ ଶ୍ରମିକ ମାନଙ୍କ ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ଘୋଷଣା, କାର୍ଯ୍ୟକ୍ଷେତ୍ରରେ ଠିକା ଶ୍ରମିକ, ବହିରାଗତ ଶ୍ରମିକ, ସ୍କିମ ଶ୍ରମିକ ବ୍ୟବସ୍ଥା ପ୍ରତ୍ୟାହାର କରି ସମାନ କାମକୁ ସମାନ ମଜୁରୀ ପ୍ରଦାନ, ସମ୍ବିଧାନର ମୌଳିକତା ଉପରେ ଆକ୍ରମଣ ବଂଦ, ଦଳିତ,ଆଦିବାସୀ ଓ ସଂଖ୍ୟାଲଘୁ ମାନଙ୍କ ଉପରେ ଆକ୍ରମଣ ବଂଦ , ଦେଶର ସଂଘୀୟ ବ୍ୟବସ୍ଥା ର ସୁରକ୍ଷା ସହ ଧର୍ମୀୟ କ୍ଷେତ୍ରରେ ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖିବା, ୱାକଫ ବୋର୍ଡ ସଂଶୋଧନ ଆଇନ ବାତିଲ କରିବା, ଛାତ୍ର ବିରୋଧି ଜାତୀୟ ଶିକ୍ଷା ନୀତି -୨୦୨୦ ବାତିଲ କରିବା, ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ର ଦର ହ୍ରାସ, ମୋଦି ସରକାର ଜାତୀୟ ସଂପତି ବିକ୍ରି ବଂଦ କରିବା, ଆମ ଦେଶର ସ୍ୱାଧୀନ ବୈଦେଶିକ ନୀତି ଓ ସାର୍ବଭୌମତ୍ୱ କୁ ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ସମର୍ପିଦେବା ବନ୍ଦ କର, ଭାରତବାସୀ ଙ୍କ ମଧ୍ୟରେ ଯୁଦ୍ଧ ଉନ୍ମାଦନା ସୃଷ୍ଟି କରିବା ବଂଦ କର ଆଦି ଦାବି ନେଇ ଆସନ୍ତା ଜୁଲାଇ ୯ ତାରିଖରେ ସର୍ବଭାରତୀୟ ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବ । ଏହି ସାଧାରଣ ଧର୍ମଘଟ କୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଭଦ୍ରକ ବନ୍ତ ଛକ ଠାରୁ ଏକ ବିଶାଳ ମିଳିତ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରି କଚେରୀ ବଜାର ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ତଥା ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଏଆଇଟିୟୁସି ରାଜ୍ୟ କମିଟି ସଭ୍ୟ ରମେଶ ଯେନା, ଏଆଇସିସିଟିୟୁ ଜିଲ୍ଲା ସଂପାଦକ ସମର ବଳ, ଏଆଇୟୁଟିୟୁସି ଜିଲ୍ଲା ସଂପାଦକ ରାମଚନ୍ଦ୍ର ଶଙ୍ଖୁଆ, ବିଜୁ ଯୁବ ଜନତା ଦଳ ଜିଲ୍ଲା ଉପସଭାପତି ଜାହିଦ ହବିବ୍‌, ଏଚ୍ ଏମ୍ ଏସ୍ ଜିଲ୍ଲା ସହ ସଂପାଦକ ନାସିରୁଦ୍ଦିନ ଖାନ୍‌, ନବନିର୍ମାଣ ଯୁବ ଛାତ୍ର ସଂଗଠକ ଜାହିର ଖାନ୍‌, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧାନାଥ ଦାସ , ଉତର ଓଡିଶା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଭଦ୍ରକ ଜିଲ୍ଲା ସଂପାଦକ ଅଗଣି ଚରଣ ଜେନା, ବରିଷ୍ଠ ବାମପନ୍ଥୀ ନେତା ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ମହିଳା ନେତ୍ରୀ ଜୟନ୍ତୀ ବିଶ୍ୱାଳ, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ଯୁବ ନେତା ପ୍ରତାପ ସେଠୀ, ଶ୍ରମିକ ନେତା ମଳୟ ଭୋଇ, ବିଷ୍ଣୁ ଦାଶ, ଜୟନୁଲ ଆବେଦିନ, ସେକ୍ ସନାଉଲ୍ଲା, ସେକ୍ ସିକ୍ରୁ , ଭଦ୍ରକ ମ୍ୟୁନିସିପାଲିଟିର କାଉନସିଲର ଦିଲୀପ ନାୟକ, ବିଜୁ ଜନତା ଦଳର ପୂର୍ବତନ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ୱାର୍ଡ ନମ୍ବର ୧୮ ର ପାରିଷଦ ସୟେଦ ନାସର ଅଲ୍ଲୀ, ୱାର୍ଡ ନମ୍ବର ୨୮ ର ପାରିଷଦ ସାହୀଦ ଖାନ, ୱାର୍ଡ ନମ୍ବର ୧୦ ପାରିଷଦ ଙ୍କ ପ୍ରତିନିଧି ପଙ୍କଜ ବଳ, ବରିଷ୍ଠ ନେତା ରମେଶ ବେହେରା, ଟିକୁ ଚୌଧୁରୀ, ଯୁବନେତା ସୁବ୍ରତ କୁମାର ଦାସ, ଆଶିଷ କୁମାର ରାଉତ, ବିଶ୍ୱଜିତ ବେହେରା, ମେହେବୁବ ଖାନ, ନାସିରୁଦ୍ଧିନ ଖାନ, ବିକାଶ ନାଥ, ଦେବାଶିଷ ଭାରତୀ ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି ସଭାରେ ଜିଲ୍ଲାପାଳଙ୍କ ପ୍ରତିନିଧି ଭାବେ ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ ଙ୍କୁ ମିଳିତ ମଂଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି । ଆସନ୍ତା ଜୁଲାଇ ୯ ସର୍ବ ଭାରତୀୟ ସାଧାରଣ ଧର୍ମଘଟକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ଆସନ୍ତା ମେ ୨୧ ରୁ ଜୁଲାଇ ୮ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଭା, ଶୋଭାଯାତ୍ରା, ପିକେଟିଂ, ସାଧାରଣ ବୈଠକ ଆଦି ସଂଗଠିତ କରିବାକୁ ବକ୍ତା ବୃନ୍ଦ ସଭାରେ ନିବେଦନ କରିଥିଲେ ।

SOURCE: ODIA PUA