Home national news oriya ସଂଗ୍ରାମୀ ରାମହରି ଗୋସ୍ୱାମୀ ଅସୁସ୍ଥ

ସଂଗ୍ରାମୀ ରାମହରି ଗୋସ୍ୱାମୀ ଅସୁସ୍ଥ

5
0

Source :- ODIA PUA

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀ(୯୬) ଅସୁସ୍ଥ ହୋଇଥିବା ଜଣାଯାଇଛି।ସଂଗ୍ରାମୀ ଶ୍ରୀ ଗୋସ୍ୱାମୀ ବୟସାଧିକ ସହିତ ହୃଦ ଏବଂ ଯକୃତ ଜନିତ ସମସ୍ୟା କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲା ବେଳେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସଂଗ୍ରାମୀ ରାମହରିଙ୍କ ଅସୁସ୍ଥ ଖବରପାଇ ଭଦ୍ରକ ଜିଲ୍ଲା ବିଜେପି ଉପସଭାପତି ଚତୃଭୂଜ ନାୟକ,ରାଜ୍ୟ ପରିଷଦ ସଭ୍ୟ ଆଶିଷ କୁମାର ଜେନା,ଦୀପ୍ତିରଞ୍ଜନ ସୂତାର ପ୍ରମୁଖ ତାଙ୍କୁ ଭେଟି ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ।ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୋସ୍ୱାମୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

SOURCE: ODIA PUA