Home national news oriya ସିପିଆଇ(ଏମ) ପକ୍ଷରୁ ସହୀଦନଗରରେ ସହୀଦ ଦିବସ ପାଳିତ

ସିପିଆଇ(ଏମ) ପକ୍ଷରୁ ସହୀଦନଗରରେ ସହୀଦ ଦିବସ ପାଳିତ

6
0

Source :- ODIA PUA

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଡାକରାରେ ଆମ ଦେଶରେ ସଂଗଠିତ ହୋଇଥିବା ଭାରତଛାଡ ଆନ୍ଦୋଳନ ପରିପ୍ରେକ୍ଷୀରେ ୧୯୪୨ ମସିହା ସେପ୍ଟେମ୍ବର ୨୨ ତାରିଖ ସହୀଦନଗର ଠାରେ ସର୍ଦାର ମୁରଲିଧର ପଣ୍ଡା ଙ୍କ ନେତୃତ୍ୱରେ ଜନସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଜନସମାବେଶ କୁ ଭଣ୍ଡୁର କରିବା ପାଇଁ ପୋଲିସ ଆଖିବୁଜା ଗୁଳିଚାଳନା କରିଥିଲା । ଏହି ଗୁଳିକାଣ୍ଡ ରେ ସହୀଦନଗର ଅଂଚଳର ଚାଷୀ ନିଧି ମହାଳିକ, ଶ୍ୟାମ ମହାଳିକ ଙ୍କ ସମେତ ମୋଟ ୯ ଜଣ ସହୀଦ ହୋଇଥିଲେ । ସେହି ଅମର ସହୀଦଙ୍କ ଅମ୍ଳାନ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଇବା ପୂର୍ବକ ସିପିଆଇ(ଏମ) ପକ୍ଷରୁ ସହୀଦ ସ୍ମୁତି ସ୍ତମ୍ଭରେ ପୁଷ୍ପମାଳା ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ଆଇନଜୀବି ବିକାଶ ନାଥ, ସିପିଆଇ(ଏମ) ଧୁଷୁରୀ ଆଂଚଳିକ କମିଟି ସଂପାଦକ ରମେଶ ସାହୁ, ସିପିଆଇଏମ ନେତା ଗୋଲେକ ଯେନା, ନିଶାକାର ସୂତାର, ଜୟୀରାମ ମିଶ୍ର, ହେମନ୍ତ ଯେନା, ନାରଣ ଯେନା, ବାବୁଲା ଯେନା, ନରେନ୍ଦ୍ର ଯେନା, ଦିଲିପ ସିଂ, କାର୍ତିକ ସାହୁ, ବାଇଧର ଦଳେଇ, ରଘୁ ମହାଳିକ ପ୍ରମୁଖ ଯୋଗଦେଇ ସହୀଦ ମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

SOURCE: ODIA PUA