Home national news oriya ସିପିଏମ୍ ନେତା ଅର୍ଜୁନ ନାୟକଙ୍କ ସ୍ମୃତିଚାରଣ ସଭା

ସିପିଏମ୍ ନେତା ଅର୍ଜୁନ ନାୟକଙ୍କ ସ୍ମୃତିଚାରଣ ସଭା

5
0

Source :- ODIA PUA

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକର ବରିଷ୍ଠ ସିପିଆଇ(ଏମ) ନେତା ଅର୍ଜୁନ ନାୟକଙ୍କ ସ୍ମୃତି ଚାରଣ ସଭା ଅବସରପ୍ରାପ୍ତ ସେନାଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ମୌସୁଧା ଠାରେ ଅନୁଷ୍ଠିତ ହୋଇଯାଇଛି । ମୌସୁଧା ଓ ଚାନ୍ଦବାଲି ଅଞ୍ଚଳର ଚାଷୀ, ମୂଲିଆ ଓ ସାଧାରଣ ଜନତା ଙ୍କ ସେବା ଓ ସଂଗ୍ରାମର ରାଜନୀତି କରିଥିବା ବରିଷ୍ଠ ରାଜନେତା ଅର୍ଜୁନ ନାୟକ ଥିଲେ ଏକାଧାରାରେ ଜଣେ ରାଜନୀତିଜ୍ଞ, କଳାକାର ଓ ସଂଗୀତଜ୍ଞ । ବୈପ୍ଳବିକ ନାଟକ ମାଧ୍ୟମରେ ସେ ଚାଷୀ ଓ ଭାଗଚାଷୀ ମାନଙ୍କୁ ଏକତ୍ର କରୁଥିଲେ । ଜଳେଶ୍ୱରପୁର ସେବା ସମବାୟ ସମିତିର ସେ ତତ୍କାଳୀନ ସଭାପତି ଥିଲେ । ତାଙ୍କ ସମୟରୁ ଜଳେଶ୍ୱରପୁର ସେବା ସମବାୟ ସମିତିରେ ଆରମ୍ଭ ହୋଇଥିବା ସଂସ୍କାର କାର୍ଯ୍ୟକ୍ରମ ଯୋଗୁ ଆଜି ଚାନ୍ଦବାଲି ବ୍ଲକରେ ଜଳେଶ୍ୱରପୁର ସେବା ସମବାୟ ସମିତି ଧାନ କିଣାରେ, ସାର ଯୋଗାଣରେ ଓ ଚାଷୀ ମାନଙ୍କୁ ଋଣ ଯୋଗାଣରେ ଅଦ୍ଭୂତପୂର୍ଣ୍ଣ ସଫଳତା ହାସଲ କରିପାରିଛି । ବରିଷ୍ଠ ସିପିଏମ୍ ନେତା ଅର୍ଜୁନ ନାୟକ ଓଡିଶା କୃଷକ ସଭାର ଚାନ୍ଦବାଲି ବ୍ଲକ ସଭାପତି ଥିବା ବେଳେ ଚାନ୍ଦବାଲି ବ୍ଲକରେ ସମସ୍ତ ଚାଷ ଜମି କୁ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଲଢେଇ କରି ଜିଲ୍ଲାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ । ତାଙ୍କ ମୃତ୍ୟୁରେ ଚାନ୍ଦବାଲି ମାଟି ଓ ସିପିଆଇ(ଏମ) ପାର୍ଟି ଜଣେ ଲଢୁଆ ନେତା ଙ୍କୁ ହରାଇଲା ଓ ଏହା ଏକ ଅପୂରଣୀୟ କ୍ଷତି ବୋଲି ସ୍ମୃତି ଚାରକ ମାନେ ସ୍ମୃତି ସଭାରେ ପ୍ରକାଶ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ଅନ୍ୟତମ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ଚରଣ ଦାଶ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ମହିଳା ନେତ୍ରୀ କାମିନୀ ଭୋଇ, ଭଦ୍ରକ ଓକିଲ ସଂଘ ପୂର୍ବତନ ଉପସଭାପତି ଅଶୋକ କୁମାର ନାୟକ, ଚାଷୀ ନେତା ବ୍ରହ୍ମାନନ୍ଦ ପରିଡା, ଅଶୋକ ବେହେରା, ଗଙ୍ଗାଧର ମହାଳିକ, ନରୋତମ ମଢୁଆଳ, ଘନଶ୍ୟାମ ଦାସ, ସୃଷ୍ଟିଧର ବିଶ୍ୱାଳ, ବିକାଶ ତ୍ରିପାଠୀ, କରଞ୍ଜମାଳ ଗ୍ରାମ ପଂଚାୟତ ପୂର୍ବତନ ସରପଂଚ ବିଜେଡି ନେତା ରମେଶ ନାୟକ, ବରିଷ୍ଠ ସିପିଆଇ ନେତା ବେଣୁଧର ନାୟକ, ଜଳେଶ୍ୱରପୁର ସେବା ସମବାୟ ସମିତି ସଭାପତି ସୁଧିର ମାହୁନ୍ତ, ଜଳେଶ୍ୱରପୁର ସେବା ସମବାୟ ସମିତି ସଂପାଦକ ବୃନ୍ଦାବନ ଭଳ, ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଜୟକୃଷ୍ଣ ନାୟକ,ମଉସୁଧା ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟ ସୁଦର୍ଶନ ନାୟକ, ଚାଷୀ ନେତା ବିପ୍ରଚରଣ ସେଠୀ ପ୍ରମୁଖ ସ୍ମୃତିଚାରଣ କରି ଅର୍ଜୁନ ନାୟକଙ୍କ ବୈପ୍ଳବିକ ପଥରେ ପଥିକ ହେବାକୁ ଆହ୍ୱାନ ଜଣାଇଥିଲେ । ଶେଷରେ ତାଙ୍କ ଝିଆରୀ ଶିକ୍ଷୟତ୍ରୀ ଶୁଭସ୍ମିତା ନାୟକ ଏକ ବୈପ୍ଳବିକ କବିତା ପାଠ କରିଥିବା ବେଳେ ତାଙ୍କ ପୁତୁରା ଶୁଶାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କଳାକାର ମାନେ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇ ତାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ବୈପ୍ଳବିକ ସଂଗୀତ ପରିବେଷଣ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ଶତାଧିକ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ, ସାଧାରଣ ଜନତା ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ ।

SOURCE: ODIA PUA