Home national news oriya ସ୍କୁଲ ଛାତରୁ ଫ୍ୟାନ ଖସି ଛାତ୍ର ଆହତ

ସ୍କୁଲ ଛାତରୁ ଫ୍ୟାନ ଖସି ଛାତ୍ର ଆହତ

4
0

Source :- ODIA PUA

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀ ସ୍ଥିତ ପ୍ରଭାକର ମହାନ୍ତି ଉଚ୍ଚ ବିଦ୍ୟାଳୟ ଠାରେ ଫ୍ୟାନ ଖସି ପଡ଼ିବାରୁ ଜଣେ ୮ମ ଶ୍ରେଣୀଛାତ୍ର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କ ନାମ ଓମ ପ୍ରକାଶ ବେହେରା(୧୩ବର୍ଷ)।ବିଦ୍ୟାଳୟରେ ପ୍ରାର୍ଥନା ପରେ ପିଲା ମାନେ ଶ୍ରେଣୀ ଗୃହରେ ଥିବା ବେଳେ ପ୍ରାୟ ସାଢ଼େ ସାତଟା ବେଳେ ଏଭଳି ଦୁର୍ଘଟଣା ଘଟିଛି। ହଠାତ ସ୍କୁଲ ଛାତରୁ ଫ୍ୟାନଟି ଖସି ଯାଇ ଟେବୁଲ ଉପରେ ପଡିଥିବା ବେଳେ ଓମ ପ୍ରକାଶଙ୍କ ମୁହଁ ରେ ଏହାର ପଙ୍ଖା ବାଜି ଯାଇଥିଲା।ଶ୍ରେଣୀରେ ୧୫ରୁ ଅଧିକ ପିଲା ଥିବା ବେଳେ ଅନ୍ୟ ମାନେ ଏଥିରୁ ଅଳ୍ପକେ ବର୍ତି ଯାଇଥିଲେ।ଆହତ ଅବସ୍ଥାରେ ସ୍କୁଲ କତୃପକ୍ଷ ଛାତ୍ର ଜଣଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମେଡିକାଲ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ହୋଇଥିବା ଜଣାପଡିଛି। ଛାତ୍ର ଜଣଙ୍କର ନାକ ଓ ମୁହଁରେ ଗଭୀର କ୍ଷତ ହୋଇଥିବା ଜଣା ଯାଇଛି। ଆହତ ଛାତ୍ରଙ୍କ ଘର କହରା ପୋଖରୀ ଶାସନରେ ଓ ସେ ନିରଞ୍ଜନ ବେହେରାଙ୍କ ପୁଅ ବୋଲି ଜଣାଯାଇଛି।

SOURCE: ODIA PUA