Home national news oriya ଅଙ୍ଗନୱାଡ଼ି କେନ୍ଦ୍ର ପାଇଖାନାରୁ ୧୬ ବସ୍ତା ଦେଶୀ ମଦ ଜବତ, ଜଣେ ଗିରଫ

ଅଙ୍ଗନୱାଡ଼ି କେନ୍ଦ୍ର ପାଇଖାନାରୁ ୧୬ ବସ୍ତା ଦେଶୀ ମଦ ଜବତ, ଜଣେ ଗିରଫ

5
0

Source :- ODIA PUA

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଥିବା ଭଙ୍ଗା ପାଇଖାନା ପାଲଟିଥିଲା ଚୋରା ଦେଶୀ ମଦର ଗୋଦାମ। ଏଠାରେ ବିପୁଳ ପରିମାଣର ଦେଶୀ ମଦ ମହଜୁଦ ଥିବା ଖବର ପାଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳେ ଅଚାନକ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଉକ୍ତ ଭଙ୍ଗା ପାଇଖାନା ଘରୁ ୧୬ ବସ୍ତା ଦେଶୀ ମଦ ଜବତ ହୋଇଥିବା ବେଳେ ଚୋରା ମଦ କାରବାର ଅଭିଯୋଗରେ ପପୁ ମୁଦୁଲି ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଜବତ ମଦର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ କଟସାହି ପଂଚାୟତର ମୁଦୁଲିସାହି ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଏକ ପୁରୁଣା ପାଇଖାନା ଘରୁ ଏହି ମଦ ବାହାର କରାଯାଇ ଥିଲା। ତେବେ ଭଦ୍ରକ ଅବକାରୀ ବିଭାଗର ଏକ ଟିମ୍ ମୁଦୁଲିସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ପହଂଚି ଅଚାନକ ଚଢ଼ାଉ କରିଥିଲେ। ତଲାସି ବେଳେ ପୁରୁଣା ଭଙ୍ଗା ପାଇଖାନା ଘର ଭିତରୁ ଜରି ପାଉଚରେ ଭର୍ତି ୧୬ ବସ୍ତା ଦେଶୀ ମଦ ମିଳିଥିଲା। ପରେ ଅବକାରୀ ବିଭାଗ ମଦକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପପୁ ମୁଦୁଲିଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

SOURCE: ODIA PUA