Source :- ODIA PUA

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଏନ୍‌ଏସିର ୯ ନମ୍ବର ୱାର୍ଡରେ “ଏକ ପେଡ଼ ମା’ କି ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଉପେନ୍ଦ୍ର କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ଶ୍ରୀ ରାଉଳ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାରେ ଗଛର ଭୂମିକା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ନିଜ ମା’ଙ୍କ ସମ୍ମାନରେ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ସେ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ପରିବେଶ ସନ୍ତୁଳନ ରକ୍ଷା ସହିତ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଭବିଷ୍ୟତ ଗଢ଼ାଯାଇପାରିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଭାଜପା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ବେହେରା,ବୟୋ ବୃଦ୍ଧ ସାମ୍ବାଦିକ କିଷାନ ପାତ୍ର ଏବଂ ନିତ୍ୟ ପ୍ରକାଶ ବେହେରା,ବିଶ୍ୱଜିତ ବିଶ୍ୱାଳ, ଭଞ୍ଜକିଶ୍ୱର ମହାଳିକ, ଦୟାନିଧି ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ।

SOURCE: ODIA PUA