Source :- ODIA PUA
ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଜାତୀୟ ରାଜପଥ ବହୁଦରଡା ଛକ ନିକଟ ଏନଏଚ-୧୬ ରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାହା ସୂଚନା ଅନୁଯାୟୀ ଏହି ଅଘଟଣରେ ଜଣେ ରେଲୱେ ବିଭାଗର କନେଷ୍ଟେବଳ ତ୍ରିଲୋଚନ ସାହୁ ନାମକ ଏକ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ଜୀବନ ଚାଲି ଯାଇଥିବାର ଜଣାପଡିଛି। ସୂଚନା ଅନୁଯାୟୀ ମୃତ୍ୟୁ ହୋଇଯାଇଥିବା ବ୍ୟକ୍ତି ଜଣଙ୍କ ନିଜ ସ୍କୁଟିରେ ନିଜର କାର୍ଯ୍ୟ ସାରି ଖୋର୍ଦ୍ଧା ରୁ ନିଜ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଡମ୍ପର ଗାଡ଼ି ପଛ ପଟୁ ଧକ୍କା ଦେଇଥିବା ସୂଚନା ମିଳିଥିବା ବେଳେ ଟ୍ରକ ଧକ୍କାରେ ସ୍କୁଟି ସହିତ ଥିବା ବ୍ୟକ୍ତି ଜଣଙ୍କ ଏତେ ଜୋରଦାର ଥିଲା ଯେ ସେ ଘଟଣାସ୍ଥଳରେ ବ୍ୟକ୍ତି ଜଣଙ୍କର ଘଟଣା ସ୍ଥଳରେ ଜୀବନ ଚାଲି ଯାଇଛି। ଘଟଣା ପରେ ଭଦ୍ରକ ଗ୍ରାମାଂଚଳ ପୋଲିସ ଏବଂ ସ୍ଥାନୀୟ ଲୋକ ମାନେ ଘଟଣାସ୍ଥଳରେ ପହଂଚି ସ୍କୁଟି ରେ ଥିବା ବେଗ ଭିତରେ ଥିବା କାଗଜ ପତ୍ରଦେଖିବା ପରେ ତାଙ୍କର( କାର୍ଡ )ରୁ ସୂଚନା ମିଳିଛି କି ଗେଲଟୁଆ ଗ୍ରାମ ପଂଚାୟତର ବାସିନ୍ଦା ବୋଲି। ଏଥିସହ ସହ ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବାର ଯାହା ସୂଚନା ମିଳିଛି।
SOURCE: ODIA PUA







