Home national news oriya ଖବର ପ୍ରକାଶ ପରେ ଜ୍ୟୋସ୍ନାରାଣୀ ଚିକିତ୍ସା ସହାୟତା ପାଇଲେ

ଖବର ପ୍ରକାଶ ପରେ ଜ୍ୟୋସ୍ନାରାଣୀ ଚିକିତ୍ସା ସହାୟତା ପାଇଲେ

6
0

Source :- ODIA PUA

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଚାରିଗାଁ ପଚାଂୟତ ଇଟୁଆ ଗ୍ରାମର ସୁଜିତ୍ ପଣ୍ଡା ଓ ସଂଯୁକ୍ତା ପଣ୍ଡାଙ୍କ କନ୍ୟା ଜ୍ୟୋସ୍ନାରାଣୀ ପଣ୍ଡା ୬ ବର୍ଷ ବୟସରେ ସ୍କୁଲ୍ ଯିବା ବେଳେ ପଡିଯାଇଥିଲେ । ତାଙ୍କର ବାମ ଗୋଡଟି ଭାଙ୍ଗି ଯାଇଥିଲା । ଏବେ ତାଙ୍କୁ ୧୩ ବର୍ଷ ହୋଇଥିବା ବେଳେ ଗୋଡ଼ ଭାଙ୍ଗିବାର କଷ୍ଟ ଦୀର୍ଘ ସାତ ବର୍ଷ ପରେ ମଧ୍ୟ ଲାଘବ ହୋଇପାରି ନାହିଁଁ। ବୟସ ବଢିବା ଯୋଗୁଁ ୨ ଗୋଡ଼ରେ ନୂତନ ପ୍ଲେଟ ଲାଗିବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। ଏ ନେଇ ବିଭିନ୍ନ ଖବର କାଗଜରେ ଜ୍ୟୋସ୍ନାରାଣୀଙ୍କ ଚିକିତ୍ସାରେ ଅର୍ଥ ବାଧକ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଆଜି ଭଦ୍ରକ ମହାବିଦ୍ୟାଳୟର ୧୯୮୨ ବ୍ୟାଚ ପୁରାତନ ଛାତ୍ର ସଂଘ ପକ୍ଷରୁ ବରିଷ୍ଠ ନାଗରିକ ଅଭିମନ୍ୟୁ ବେହେରା,ଅରୁଣ କୁମାର ଲାଖାନି,ମହେଶ ଚନ୍ଦ୍ର ନାୟକ, ହରେକୃଷ୍ଣ ଧଳ ଜ୍ୟୋସ୍ନାରାଣୀଙ୍କ ଇଟୁଆ ସ୍ଥିତ ବାସ ଭବନରେ ପହଚିଂ ଚିକିତ୍ସା ନେଇ ମାତା ସଂଯୁକ୍ତାଙ୍କ ଠାରୁ ପଚାରି ବୁଝିବା ସହ ଆଗକୁ ଉତମ ସେବା ନେଇ ଆଲୋଚନା କରିଥିଲେ। ଏହି ଅବସରରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ଉପସ୍ଥିତି ରହି ଜ୍ୟୋସ୍ନାରାଣୀ କିପରି ଭଦ୍ରକ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହୟତା ପାଣ୍ଠିରୁ ଅର୍ଥ ପାଇବେ ସେ ନେଇ ଆଲୋଚନା କରିଥିଲେ। ପ୍ରକାଶଯେ ଜ୍ୟୋସ୍ନାରାଣୀଙ୍କ ପିତା ସୁଜିତ ବାରମଜା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ଭୂବନେଶ୍ୱରର(କିମ୍ସ) ଏକ ଘରୋଇ ଡ଼ାକ୍ତରଖାନାରେ ଝିଅକୁ ଚିକିତ୍ସିତ କରାଉଛନ୍ତି। ବ୍ୟୟବହୁଳ ଖର୍ଚ୍ଚ ଯୋଗୁଁ ଆଗାମୀ ଦିନରେ ଝିଅକୁ ଭଲ କରିବା ନେଇ ବଦାନ୍ୟ ବ୍ୟକ୍ତିଙ୍କ ସାହାର୍ଯ୍ୟ ଲୋଡ଼ିଛନ୍ତି ସେ।

SOURCE: ODIA PUA