Source :- ODIA PUA
ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ମହାନ୍ତିପଡା ବାସିନ୍ଦା ତଥା ଖଇରା ବ୍ଲକ ବେଗୁନିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମୁକେଶ କୁମାର ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତିସଭା ଅନୁଷ୍ଠିତ ହୋଇଛି । କନିଷ୍ଠ ଭ୍ରାତା ରୂପେଶ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ସ୍ମୃତି ଚାରଣ ସଭାକୁ ତିହିଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମାୟାଧର ସାହୁ ମଂଚ ସଂଯୋଜନା କରିଥିଲେ । ଏଥିରେ ଜିଲ୍ଲା ପ୍ରାଥମିିକ ସଂଘ ପୂର୍ବତନ ସମ୍ପାଦକ ମନୋରଞ୍ଜନ ନାୟକ, ତିହିଡି ବ୍ଲକ ସମ୍ପାଦକ ଉମାକାନ୍ତ ଦାସ, ମହାନ୍ତିପଡା ସରପଚଂ ନିହାର ରଞ୍ଜନ ପଣ୍ଡା, ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ, ହାଇକୋର୍ଟର ଆଇନଜିବୀ ମନୋଜ ରାୟ, ସାମ୍ବାଦିକ ହେମନ୍ତ ସିଂହ, ବରିଷ୍ଠ ନାଗରିକ ଭାଗବତ ପଣ୍ଡା, ପୂର୍ବତନ ସରପଚଂ ରବିନାରାୟଣ ମହାନ୍ତି, ସତ୍ୟବାନ ଦାସ, ଶିକ୍ଷକ ମନ୍ମଥ କୁମାର ଦାସ, ବଂଶିଧର ଦାସ, ଦେବେନ୍ଦ୍ର ଶତପଥି, ଶ୍ରୀନାଥ ମଲ୍ଲିକ, ପ୍ରମୋଦ ମହାପାତ୍ର, ସୁରେନ୍ଦ୍ର ଧଳ, ଶୁସାନ୍ତ ମଲ୍ଲିକ, ସ୍ନେହ ରଞ୍ଜନ ମାଝୀ, ପଇରୁଦ୍ଦିନ ଖାନ୍, ବିଷ୍ଣୁପ୍ରିୟା ଲେଙ୍କା, ପ୍ରତିଭା ମହାନ୍ତି ପ୍ରମୁଖ ସ୍ୱର୍ଗତଃ ମୁକେଶ ଖାଲି ପାଠ ପଢା ନୁହେଁ, ଛାତ୍ରବତ୍ସଳ, ସମୟାନୁବର୍ତିତା ସହ ବହୁ ଗୁଣର ଅଧିକାରୀ ଥିଲେ ବୋଲି କହିଥିଲେ । ବିଦ୍ୟାଳୟରେ ଯାବତୀୟ କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନ କରିବା ସହ ଆଗରପଡା ମହୋତ୍ସବ, ଯୁବ ମହୋତ୍ସବ, ମହତାବ ଜୟନ୍ତୀ କମିଟିରେ ରହି ନିଜ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇଥିବା ବକ୍ତା ମାନେ ମତ ପୋଷଣ କରିଥିଲେ । ଦ୍ୱୀତିୟ ପର୍ଯ୍ୟାୟର ସ୍ମୃତି ସଭାକୁ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ପରିଚାଳନା କରିଥିଲେ । ଋତିକ ସୁବାଷ ଦାଶ, କଂଗ୍ରେସନେତା ପ୍ରଦ୍ୟୁମ୍ନ ଦାସ, ମହାନ୍ତିପଡା ସମିତିସଭ୍ୟ ନିର୍ମଳ ନାୟକ, ବାବୁଲି ଶତପଥି, ଟୁଟୁ ଆଇଚଙ୍କ ସମେତ ସ୍ୱର୍ଗତଃ ମୁକେଶଙ୍କ ପିତା କୈଳାସ ଚନ୍ଦ୍ର ସାହୁ, ମାତା ମେନୁ ରାଣୀ ସାହୁ, ଷଢୁ ଚିତରଞ୍ଜନ ନାୟକ, ସନ୍ଧ୍ୟାରାଣୀ ରାଉଳ, କଲ୍ୟାଣୀ ପୃଷ୍ଟି, ମାମୁନି ସିଂହ ପ୍ରମୁଖ ସ୍ମୃତି ଚରଣ କରିଥିବା ବେଳେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା ।
SOURCE: ODIA PUA




