Source :- ODIA PUA
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ କାସିମପୁର ପଂଚାୟତସ୍ଥିତ ପଛାଲୋ ଗ୍ରାମରେ ଶନିବାର ଅସ୍ୱାଭାବିକ ଭାବେ ଗର୍ଭବତୀ ମହିଳା ଓ ତାଙ୍କ ଶିଶୁର ମୃତ୍ୟୁ ଘଟିଛି।ଆଜି ପଛାଲୋ ଗ୍ରାମର ସାତ ମାସର ଗର୍ଭବତୀ ଥିବା ମମତାରାଣୀ ଜେନା(୨୭) ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ।ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ।ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଗର୍ଭସ୍ଥ ଶିଶୁର ମଧ୍ୟ ହୋଇଥିବା ଜଣାପଡିଥିଲା।ଧୂଷୁରୀ ଥାନାର ଏସଆଇ ସୁଜାତା ସାହୁ ଏବଂ ଏଏସଆଇ ବୈଷ୍ଣବ ତ୍ରିପାଠୀ ମେଡ଼ିକାଲରେ ପହଂଚି ମୃତ ମହିଳା ମମତାରାଣୀ ଶବ ବ୍ୟବଚ୍ଛେଦ କରାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି।ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା-୨୫/୨୬ ରୁଜୁ କରାଯାଇଛି।
SOURCE: ODIA PUA




