Home national news oriya ଚରମ୍ପା ବରିଷ୍ଠ ନାଗରିକ ସଂଘର ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଚରମ୍ପା ବରିଷ୍ଠ ନାଗରିକ ସଂଘର ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

6
0

Source :- ODIA PUA

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ଡାହାଣୀଗଡ଼ିଆ ସ୍ଥିତ ଗୁପ୍ତା ଭବନ ପରିସରରେ ବୟୋଜ୍ୟେଷ୍ଠ ବରିଷ୍ଠ ମାନଙ୍କୁ ଆଜିର ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ସଂଘର ସଦସ୍ୟ ମାନଙ୍କ ଦ୍ୱାରା ଯୋଗ ଶିବିର କରାଯାଇ ଏକ ନିଆରା ଅନୁଭୂତି ଓ ବରିଷ୍ଠ ମାନଙ୍କ ଭିତରେଖୁସି ବାଂଟିବା ଉଦେଶ୍ୟରେ ଏକ ଆବେଗପୂର୍ଣ୍ଣ ଆଲୋଚନାରେ ସଂଘର ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ ସଦସ୍ୟ ଆନନ୍ଦ ଚନ୍ଦ୍ର ମଲ୍ଲିକ, ଗୋପୀନାଥ ନାୟକ, ନରେନ୍ଦ୍ର ପଟ୍ଟନାୟକ, ଅମରନାଥ ସାହୁ, ଅରୁଣ ଲଖାନୀ,ଅଭିମନ୍ୟୁ ବେହେରାଙ୍କ ଦ୍ୱାରା ବର୍ଷୀୟାନ ଯୋଗ ଶିକ୍ଷକ କେଦାର ଗୁପ୍ତାଙ୍କୁ ସମ୍ମାନିତ କରିବା ସହ ଯୋଗ ପ୍ରାଣାୟାମ, ଭଗବତ ଚର୍ଚ୍ଚା ମାଧ୍ୟମରେ ବରିଷ୍ଠ ମାନେ ନିଃରୋଗ ସହ ଦୀର୍ଘାୟୁ ହୋଇପାରିବେ ବୋଲି ଶ୍ରୀଯୁକ୍ତ ଗୁପ୍ତା ତାଙ୍କ ଅଭିଭାଷଣରେ କହିଥିଲେ,ଶେଷରେ ଗୁପ୍ତା ଦମ୍ପତି ସରୋଜ ରାଣୀ ଗୁପ୍ତାଙ୍କ ସହ ତାଙ୍କ ପରିବାରର ସମସ୍ତ ପିଲାମାନେ ଉପସ୍ଥିତ ରହି ବରିଷ୍ଠ ମାନଙ୍କର ଆଶୀର୍ବାଦ ଗ୍ରହଣ ପୂର୍ବକ ଆଗାମୀ ଦିନରେ ଉକ୍ତ ମହନୀୟ କାର୍ଯ୍ୟକ୍ରମ ଚରମ୍ପା ଅଞ୍ଚଳରେ ବସବାସ କରୁଥିବା ବରିଷ୍ଠ ମାନଙ୍କ ମଧ୍ୟରେ ରେ ଚାଲୁ ରହିଲେ, ବୟୋଜ୍ୟେଷ୍ଠ ବରିଷ୍ଠଙ୍କ ମଧ୍ୟରେ ଆମେ ଏକା ନୁହେଁ ଆମ ସହ ଆମ ପରିବାର ସଦସ୍ୟ ଅଛନ୍ତି ବାର୍ତାଟି ସମସ୍ତ ବରିଷ୍ଠ ପରିବାରଙ୍କ ନିକଟରେ ପହଂଚିବ ପାରିବ ବୋଲି ଉପସ୍ଥିତ ସଦସ୍ୟ ମତ ରଖିଥିଲେ, ଏହାର ଉଦେଶ୍ୟ ବୟସ୍କ ବ୍ୟକ୍ତିଙ୍କୁ ପରିବାରର ପିଲାମାନେ ନିର୍ଯ୍ୟାତନା ନଦେଇ ସମ୍ମାନର ସହ ସେବା ପ୍ରଦାନ କରିଲେ ତାଙ୍କ ପିଲାମାନେ ଏହାକୁ ଶିଖି ପାରିବେ , ଏହାକୁ ସଫଳ କରିପାରିଲେ, ଆଜିର ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନର ମୁଖ୍ୟ ଉଦେଶ୍ୟ ସାଧନ ହୋଇପାରିବ ବୋଲି ବରିଷ୍ଠ ମାନେ ମତବ୍ୟକ୍ତ କରିଥିଲେ।

SOURCE: ODIA PUA