Home national news oriya ଛାତ୍ର ସୃଜନଶୀଳତା ବୃତି ପାଣ୍ଠି ଗଠନ

ଛାତ୍ର ସୃଜନଶୀଳତା ବୃତି ପାଣ୍ଠି ଗଠନ

7
0

Source :- ODIA PUA

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ପୋଡାପାଟଣା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଛାତ୍ର ସୃଜନଶୀଳତା ବୃତି ପାଣ୍ଠି ଗଠନ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ ଆବାହକତ୍ୱରେ ଶିକ୍ଷକ ଅଶୋକ କୁମାର ଖିଲାର ସଂଯୋଜନା କରିଥିଲେ । ଶିକ୍ଷାବିତ୍ ଉମାକାନ୍ତ ମହାପାତ୍ର,ଅଶୋକ କୁମାର ଦାସ, ସୁବାସ ଦାସ, ସତ୍ୟରଞ୍ଜନ ଦାସ, ରମେଶ ଜେନା, କଳିଙ୍ଗ ଗୌରବ ଦାସ, ଜଗବନ୍ଧୁ ଜେନାଙ୍କ ସମେତ ପୁରାତନ ଛାତ୍ର ଯୋଗଦେଇ ବିଦ୍ୟାଳୟର ଉନ୍ନତି ନେଇ ମତ ରଖିଥିଲେ । ଏହି ଅବସରରେ ଶିକ୍ଷକ ଅଶୋକ ଖିଲାର, ଅଧ୍ୟାପକ ପ୍ରଶାନ୍ତ ବେହେରା ୧୦ ହଜାର ଏବଂ ପୂର୍ବତନ ବିଧାୟକ ରଥ ଦାସ ତାଙ୍କ ପିତା ଓ ମାତାଙ୍କ ସ୍ମୃତିରେ ୨୦ ହଜାର ଟଙ୍କା ଏବଂ ସମାଜସେବୀ ସୁବାଷ ଦାସ ଙ୍କ ପିତାଙ୍କ ସ୍ମୃତିରେ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଉକ୍ତ ଅର୍ଥରାଶି ସୁଧରେ ପ୍ରତିବର୍ଷ ଗରିବ ଓ ମେଧାଛାତ୍ରଙ୍କୁ ପ୍ରୋତ୍ସାହନ ବୃତି ପ୍ରଦାନ କରାଯିବ । ବୈଠକରେ ୫୦ ରୁ ଉର୍ଦ୍ଧ ଉପସ୍ଥିତ ଥିଲେ।

SOURCE: ODIA PUA