Source :- ODIA PUA
ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପାଂଚଟି ବିଭାଗର ଅଭିଜ୍ଞ ଡାକ୍ତରୀ ଦଳ ଯୋଗଦେଇ ଭିନ୍ନକ୍ଷମଙ୍କ ପଞ୍ଜିକରଣ ସହ ଡାକ୍ତରୀ ପରୀକ୍ଷା କରିଥିଲେ।ଶିବିରରେ ଶିଶୁ ବିଭାଗରେ ୩୫ ଜଣ, ଚକ୍ଷୁ ବିଭାଗରେ ୮୩ ଜଣ, ଚଳନ ଜନିତ ଭିନ୍ନକ୍ଷମ ବିଭାଗରେ ୨୦୫ ଜଣ, ଶ୍ରବଣ ଜନିତ ଭିନ୍ନକ୍ଷମ ବିଭାଗରେ ୬୧ ଜଣ ଏବଂ ବୌଦ୍ଧିକ ଭିନ୍ନକ୍ଷମ ବିଭାଗରେ ୬୫ ଜଣଙ୍କ ପଞ୍ଜିକରଣ ସହ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହିପରି ମୋଟ ୪୪୯ ଜଣଙ୍କ ପଞ୍ଜିକରଣ ଓ ଡାକ୍ତରୀ ପରୀକ୍ଷା ହୋଇଥିବା ଜଣାପଡ଼ିଛି।ଏହି ଅବସରରେ ପୂର୍ବରୁ ଆବେଦନ କରିଥିବା ଜଣେ ହିତାଧିକାରୀଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା।
SOURCE: ODIA PUA




