Source :- ODIA PUA

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଆଗରପଡା ବି.ଟି.ପୁରର ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଭାସ୍କର ଚନ୍ଦ୍ର ଶତପଥି(୮୦)ଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ସେ ଜଜମାନ କାର୍ଯ୍ୟ କରି ସଂପୃକ୍ତ ଅଚଂଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଗ୍ରାମ ହରିହାଟର ମୁଖ୍ୟ ଭାବେ ରହି ସର୍ବଦା ଧର୍ମ ଚର୍ଚ୍ଚା କରି ଆସୁଥିଲେ । ମୃତ୍ୟୁଖବର ପାଇ ସ୍ଥାନୀୟ ସରପଚଂ ନିହାର ରଞ୍ଜନ ପଣ୍ଡା, ସମିତିସଭ୍ୟ ନିର୍ମଳ ନାୟକ, ବରିଷ୍ଠ ନାଗରିକ ଘନଶ୍ୟାମ ସାହୁ, ଅଲେଖ ଚନ୍ଦ୍ର ଦାଶ,ବାବାଜୀ ସାହୁ ପ୍ରମୁଖ ବାସ ଭବନରେ ପହଚିଂପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମସାନରେ ଦାହ କରାଯାଇଛି । ବଡପୁଅ ଉଦୟ ଶତପଥି ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତଃ ଭାସ୍କର ଜଣେ ଧର୍ମପ୍ରାଣା ବ୍ୟକ୍ତି ଥିବା ବେଳେ ଜଣେ ସରଳ ଅମାୟିକ ବ୍ୟକ୍ତି ଭାବେ ସର୍ବ ଜନାଦୃତ ଥିଲେ । ପଣ୍ଡିତଙ୍କ ମୃତ୍ୟୁରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।

SOURCE: ODIA PUA