Source :- ODIA PUA

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ବିଏସ ସାମାଜିକ ସଂଗଠନର କର୍ମକର୍ତା ବୈଶାଖ ମାସରେ ଆରମ୍ଭ କରିଥିଲେ ଜଳଛତ୍ର!ସଂଗଠନର ସଭାପତି ସାଇପଦ୍ମ ନାୟକଙ୍କ ତତ୍ୱାବଧାନରେ ପ୍ରବଳ ଖରାରେ ବାଟୋଇ ମାନଙ୍କ ଜଳକଷ୍ଟ ଲାଘବ ପାଇଁ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ପଚାଶ ଦିନରେ ପହଂଚିଛି। ନିଜ ସଂଗଠନ ର କର୍ମକର୍ତାଙ୍କ ସହଯୋଗ ରେ ପ୍ରତିଦିନ ଲେମ୍ବୁ ପାଣି, ଦହି ସର୍ବତ ଆଦି ପ୍ରଦାନ କରୁଥିବା ଜଣାପଡିଛି। ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ନାୟକ,ଦିପକ ନାୟକ,ଭରତ ମାଝୀ,ପୁଷ୍ପଲତା ବେହେରା,ଦେବାଶିଷ ବେହେରା,ଦେବଦତ ମଲ୍ଲିକ, ସୌମ୍ୟଦତ ମାଝୀ,ବିଭୁଦତ ମାଝୀ,ଦୀପାଞ୍ଜଳି ନାୟକ,ପ୍ରିୟଙ୍କା ନାୟକ,ନମିତା ନାୟକ, ସତ୍ୟଶ୍ରୀ ନାୟକ,ଓମ ପ୍ରକାଶ ସାହୁ,ସୁରେନ୍ଦ୍ର ମହାନ୍ତି, ଆଶୁତୋଷ ବଳ,ସାଜନ ପରିଡା,ନିତ୍ୟାନନ୍ଦ ନାୟକ ସହଯୋଗ କରୁଥିବାରୁ ରାଣୀତାଲ ସମ୍ବାଦ ସାହିତ୍ୟ ଘରର ସଭାପତି ଭାଗିରଥି ନାୟକ ଏଭଳି ମହତ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

SOURCE: ODIA PUA