Source :- ODIA PUA
ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜ୍ଞାନେଶ କୁମାରଙ୍କୁ ଗିରଫ, ଅମିତ ଶାହା ଓ ନରେନ୍ଦ୍ର ମୋଦିଙ୍କ ଇସ୍ତଫା, ଗଣତନ୍ତ୍ରର ସୁରକ୍ଷା, ନୂତନ ଆଇନଜୀବୀ ମାନଙ୍କୁ ମାସିକ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ, ବରିଷ୍ଠ ଆଇନଜୀବୀ ମାନଙ୍କୁ ଅବସରକାଳୀନ ଭତା ୨୫ ଲକ୍ଷ ଟଙ୍କା ପ୍ରଦାନ, ମୃତ୍ୟୁକାଳୀନ ବେନିଫିଟ, ମୃତକ ଆଇନଜୀବୀ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ, ମେଡିକ୍ଲେମ ବାବଦେ କେନ୍ଦ୍ର ସରକାର ୧୫ ଲକ୍ଷ ଓ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଯୋଗାଇ ଦେବା, ଆଇନଜୀବୀ ମାନଙ୍କୁ ଜୀବନ ବୀମା ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ଦାବି ନେଇ ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ଜିଲ୍ଲା ନ୍ୟାୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଥମେ ସମ୍ବିଧାନର ସୁରକ୍ଷା ପାଇଁ ସମ୍ବିଧାନର ମୁଖବନ୍ଧକୁ ଆଇନଜୀବୀ ମାନେ ସମୂହ ପାଠ କରି ଆଇନଜୀବୀ ମାନଙ୍କ ବିଭିନ୍ନ ମୌଳିକ ଦାବି ସଂପର୍କରେ ଆଲୋଚନା କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ତାଗିଦ ସମେତ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଐତିହାସିକ ଯୁବ ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ଯେପରି ନିଷ୍ଠୁର ଆକ୍ରମଣ କରୁଛନ୍ତି, ତାହା ଆମ ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ଓ ଏହା ସଂପର୍କରେ ମିଳିତ ଜାତିସଂଘ ଘୋର ଉଦବେଗ ପ୍ରକାଶ କରିଛି ବୋଲି ଆଇନଜୀବୀ ମାନେ ମତବ୍ଯକ୍ତ କରିଥିଲେ । ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଆନ୍ଦୋଳନକୁ ଦମନ ଚାଲୁ ରହେ, ତେବେ ଭଦ୍ରକ ଜିଲ୍ଲାରେ ଆଇନଜୀବୀ ମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ଆଇନଜୀବୀ ମାନେ ମତବ୍ଯକ୍ତ କରିଥିଲେ । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ସନ୍ତୋଷ ନାୟକ ସଭାପତିତ୍ୱ କରିଥିବା ବେଳେ ଓଡିଶା ରାଜ୍ୟ ବାର୍ କାଉନସିଲ ର ପୂର୍ବତନ ସଭ୍ୟ ବରିଷ୍ଠ ଆଇନଜୀବୀ ପବନ କୁମାର ଶର୍ମା, ସଂଗଠନର ଜିଲ୍ଲା ସଂପାଦକ ବରିଷ୍ଠ ଅଧିବକ୍ତା ରାଧାନାଥ ଦାସ, ଭଦ୍ରକ ଓକିଲ ସଂଘ ପୂର୍ବତନ ସଂପାଦକ ଶଶିଭୂଷଣ ପଣ୍ଡା, ଅନ୍ୟତମ ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ,ବରିଷ୍ଠ ଆଇନଜୀବୀ ଶରତ ମହାକୁଡ, ଯୁବ ଆଇନଜୀବୀ ବିକାଶ ନାଥ, ପାୟଲ ସାହୁ,ପୂଜାରାଣୀ ପଣ୍ଡା, ପ୍ରତାପ ସେଠୀ, ଉଜ୍ୱଳ ଯେନା, ବରିଷ୍ଠ ଆଇନଜୀବୀ ରତ୍ନାକର ବାରିକ୍, ପ୍ରଦୀପ ଜେନା, ଜୟନୂଲ ଆବେଦିନ,ସଞ୍ଜୟ ନାୟକ ପ୍ରମୁଖ ଯୋଗଦେଇ ଭାରତର ନାଗରିକ ମାନଙ୍କ ଭୋଟ ଦେବାର ଅଧିକାର ସୁରକ୍ଷା ପାଇଁ ଜ୍ଞାନେଶ କୁମାରଙ୍କୁ ଗିରଫ କରିବାକୁ ପଡିବ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ।
SOURCE: ODIA PUA




