Home national news oriya ଟିଲୋ ସ୍କୁଲରେ କ୍ରିଷ୍ଣନ ସାହୁଙ୍କୁ ସମ୍ବର୍ଦ୍ଧନା

ଟିଲୋ ସ୍କୁଲରେ କ୍ରିଷ୍ଣନ ସାହୁଙ୍କୁ ସମ୍ବର୍ଦ୍ଧନା

7
0

Source :- ODIA PUA

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଟିଲୋ ଦଶମ ଶ୍ରେଣୀର ଛାତ୍ର କ୍ରିଷ୍ଣନ୍ନ ସାହୁ ଚଳିତ ୨୫-୨୬ ବର୍ଷ ପାଇଁ ପଠାଣି ସାମନ୍ତ ଗଣିତ ମେଧାବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସଫଳତାରେ ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବାରୁ ପ୍ରଧାନଶିକ୍ଷୟିତ୍ରୀ ରୀତାରାଣି ଦେଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ପରିଚାଳନା କମିଟି ପକ୍ଷରୁ କ୍ରିଷ୍ଣନ୍ନଙ୍କୁ ପୁଷ୍ପଗୁଚ୍ଛ ଉତରୀୟ ଦେଇ ସମ୍ବର୍ଦ୍ଧିର୍ତ କରାଯିବା ସହ ତାଙ୍କ ବାପା ରାଜେନ୍ଦ୍ର କୁମାର ସାହୁ ଓ ମା ପ୍ରୀତିନନ୍ଦା ସାହୁଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ ସାଗରିକା ପୁହାଣ, ଗୀତାଞ୍ଜଳୀ ଚାନ୍ଦ, ବସୁନ୍ଧରା ଜେନା, କମଳାକାନ୍ତ ନାୟକ, ନିଳିମା ମଞ୍ଜରୀ ରାଉତ, ଅଲିଭା ପଣ୍ଡା, ଗୌରୀବାଳା ପାତ୍ର, ବିଜୟ କୁମାର ରାଉତ,ତେଜଶ୍ରୀ ରାଉତ, ତାପସ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କ୍ରଷ୍ଣନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

SOURCE: ODIA PUA