Home national news oriya ପୁରୁଷଣ୍ଢରେ ବିଜେଡିର ସାଙ୍ଗଠନିକ ବୈଠକ

ପୁରୁଷଣ୍ଢରେ ବିଜେଡିର ସାଙ୍ଗଠନିକ ବୈଠକ

6
0

Source :- ODIA PUA

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପୁରୁଷଣ୍ଢ ପଚାଂୟତ ବିଜେଡି ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ଦାଶଙ୍କ ସଭାପତିତ୍ୱରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ଯୋଗଦେଇ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ସହ ସାଧାରଣ ଜନତାଙ୍କ ସମସ୍ୟାରେ ସହଭାଗିତା ହେବାକୁ ପରାମର୍ଶ ଦେଇଥିଲେ । ଆଗାମୀ ପଚାଂୟତ ନିର୍ବାଚନ ପାଇଁ ସାଂଗଠନିକ ଅଭିବୃଦ୍ଧି, ପ୍ରାର୍ଥୀ ଚୟନ ନେଇ କମିଟି ଗଠନ କରାଯାଇଥିଲା । ଯୁବନେତା ବିଷ୍ଣୁ ଚରଣ ସାହୁ, ଲୋକନାଥ ରାଉତ, ଶୁସିଲ୍ ପୃଷ୍ଟି, ସତ୍ୟବ୍ରତ ତ୍ରିପାଠୀଙ୍କୁ ମନୋନୀତ କରାଯାଇଛି । ବୈଠକରେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ ଜେନା, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଜିଲ୍ଲା ଯୁବ ବିଜେଡି ଉପସଭାପତି ପ୍ରଦୁମ୍ନ୍ୟ ପୁହାଣ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ, ସୁରେଶ ପୃଷ୍ଟି, ଉପେନ୍ଦ୍ର ପତି, ରବିନାରାୟଣ ପୁହାଣ, ସେର ଅଲ୍ଲୀ ଖାଁ, ରଞ୍ଜନ ପୁହାଣ, ବସନ୍ତ ରଥ, ପ୍ରଦୀପ ପୁହାଣ, ରଞ୍ଜନ ସାହୁ, ଅରୁଣ ପାଣିଗ୍ରାହୀ, ମାଧ ଦାଶ ପ୍ରମୁଖ ଉପସ୍ଥିତ ରହି ମତ ରଖିଥିଲେ ।

SOURCE: ODIA PUA