Source :- ODIA PUA
ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମାଳଦା ପଞ୍ଚାୟତ ସାରସ୍ୱତ ସରକାରୀ ଉଚ୍ଚ ବିଦ୍ୟାଳୟ ଜଳହରି ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୌରୀଶଙ୍କର ମିଶ୍ର ଙ୍କ ସଭାପତିତ୍ୱରେ ସୋମବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି ଯୋଗଦେଇ ଉଦଘାଟନ କରିଥିଲେ। ମୂଖ୍ୟ ବକ୍ତା ଭାବେ ମାଳଦା ପଂଚାୟତ ସରପଂଚ ମିନତୀ ପରିଡ଼ା, ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ କାଳନ୍ଦୀ ଚରଣ ପରିଡ଼ା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ଦାଶ, ନିତ୍ୟାନନ୍ଦ ପାଣିଗ୍ରାହୀ, ନବକିଶୋର ପରିଡ଼ା , ସାମ୍ବାଦିକ ରାଜେନ୍ଦ୍ର ଶତପଥୀ ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ, ଭାଗିରଥି ପରିଡ଼ା, ସଂଯୁକ୍ତା କବି,ରୁବି ସାମଲ, ସଂଯୁକ୍ତା ରାଉତ ପ୍ରମୁଖ ଯୋଗ ଦେଇଥିଲେ।ଜଳହରି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ତ୍ରିଲୋଚନ ନାୟକ ସଂଯୋଜନା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନିଲ୍ ପରିଡ଼ା ଙ୍କ ତତ୍ୱାବଧାନରେ ସୁରଭି କାର୍ଯ୍ୟକ୍ରମ ସଫଳତା ର ସହିତ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷୟତ୍ରୀ ସସ୍ମିତା ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ମୃତିଶ୍ରୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ, ପରିଚାଳନା କମିଟି ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ପରିଚାଳନା କରିଥିଲେ।
SOURCE: ODIA PUA




