Home national news oriya ଫଳପୁରରେ ଉଦଘାଟିତ ହେଲା ନୂତନ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’, ଅଂଚଳବାସୀଙ୍କ ଦୀର୍ଘଦିନର ଆଶା ପୂରଣ।

ଫଳପୁରରେ ଉଦଘାଟିତ ହେଲା ନୂତନ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’, ଅଂଚଳବାସୀଙ୍କ ଦୀର୍ଘଦିନର ଆଶା ପୂରଣ।

8
0

Source :- ODIA PUA

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଫଳପୁର ଠାରେ ଦୀର୍ଘଦିନର ପ୍ରତୀକ୍ଷା ପରେ ଆଜି ନୂତନ ଭାବେ ନିର୍ମିତ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ (ଉପସ୍ୱାସ୍ଥ୍ୟ କେନ୍ଦ୍ର) ର ଗୃହ ପ୍ରବେଶ ତଥା ଶୁଭାରମ୍ଭ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ଏକ ଭଙ୍ଗା ଓ ଜରାଜୀର୍ଣ୍ଣ ଘରେ ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ରଟି ଚାଲିଥିଲା, ଯାହାଫଳରେ ରୋଗୀ ଓ ସ୍ଥାନୀୟ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରାୟ ଚାରି ବର୍ଷ ପୂର୍ବରୁ ଏହି ନୂତନ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା। କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଆଜି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇ ସରକାରୀ ଭାବରେ ଗୃହ ପ୍ରବେଶ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ କର୍ମଚାରୀ, ଆଶା କର୍ମୀ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଅଂଚଳର ଜନସାଧାରଣ ଉପସ୍ଥିତ ଥିଲେ। ନୂତନ ଗୃହ ପ୍ରବେଶ ପରେ ପ୍ରଥମ ଦିନରେ ଲୋକଙ୍କୁ ଓଆଏର୍ସ୍ ପ୍ରଦାନ କରାଯିବା ସହିତ ରକ୍ତଚାପ ମଧ୍ୟ ମାପ କରାଯାଇଥିଲା।ଏହି ନୂତନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ହେବାଫଳରେ ଫଳପୁର ଓ ଆଖପାଖ ଅଂଚଳର ଲୋକମାନେ, ବିଶେଷକରି ମାଆ ଓ ଭଉଣୀମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ବଡ଼ ସୁବିଧା ପାଇପାରିବେ। ଅଂଚଳବାସୀଙ୍କ ଦୀର୍ଘଦିନର ଆଶା ପୂରଣ କରିଥିବାରୁ ସରକାର ଓ ପ୍ରଶାସନକୁ ସ୍ଥାନୀୟ ଲୋକମାନେ କୃତଜ୍ଞତା ଜଣାଇଛନ୍ତି।

SOURCE: ODIA PUA