Home national news oriya ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ୩ ଯୁବକଙ୍କୁ ପୋଲିସ ଦ୍ୱାରା ଅଟକ

ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ୩ ଯୁବକଙ୍କୁ ପୋଲିସ ଦ୍ୱାରା ଅଟକ

7
0

Source :- ODIA PUA

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଂଚଳ ଥାନା ଅନ୍ତର୍ଗତ ରମ୍ଭିଳା ପଂଚାୟତର ସୁଶୀଳା ଦେଇପୁର ଗାଁରେ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରୁଥିବା ତିନି ଯୁବକଙ୍କୁ ଗ୍ରାମବାସୀମାନେ ମଙ୍ଗଳବାର ରାତିରେ ଅଟକ ରଖି ପୋଲିସକୁ ଜିମା ଦେଇଥିଲେ। ସୂଚନା ଅନୁସାରେ ରମ୍ଭିଳାର ଚିନ୍ତାମଣୀ ଶଙ୍ଖୁଆ ସସ୍ତ୍ରିକ ମଙ୍ଗଳବାର ରାତିରେ ଚରମ୍ପାରୁ ଘରକୁ ଫେରୁଥିବା ବେଳେ ସିମୁଳିଆ ଅଂଚଳର ତିନି ଜଣ ଯୁବକ ମନୋଜ ମହାରଣା, ରୋହିତ ମହାରଣା, ଦିଲୀପ ମହାରଣା ତାଙ୍କୁ ବାଇକ୍‌ରେ ଆସି ସାଇଡ ମାରିଥିଲେ। ଶ୍ରୀ ଶଙ୍ଖୁଆ ଓ ଉପସ୍ଥିତ ଗ୍ରାମବାସୀମାନେ ସେମାନଙ୍କୁ ଅଟକାଇ ପ୍ରତିବାଦ କରିବାରୁ ଉଭୟପକ୍ଷଙ୍କ ମଧ୍ୟରେ ବାକ ବିତଣ୍ଡା ହୋଇଥିଲା। ଫଳରେ ମନୋଜ ସେମାନଙ୍କୁ ତାଙ୍କର ଲାଇସେନ୍ସ ପିସ୍ତଲ କାଢି ମାରି ଦେବାକୁ ଧମକ ଦେଇଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକ ରଖି ଗ୍ରାମାଂଚଳ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍ ସେମାନଙ୍କୁ ଥାନାକୁ ନେଇ ତଦନ୍ତ କରିବା ପରେ ଏକ ମାମଲା ରୁଜୁ କରିଛି।

SOURCE: ODIA PUA