Home national news oriya ବରଣ୍ଡୁଆ ଗ୍ରାମ ପାର୍କର ଉନ୍ନତିକରଣ ହେବ, ଅମୃତ ସରୋବର ଯୋଜନାରେ ସାମିଲ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବରଣ୍ଡୁଆ ଗ୍ରାମ ପାର୍କର ଉନ୍ନତିକରଣ ହେବ, ଅମୃତ ସରୋବର ଯୋଜନାରେ ସାମିଲ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

6
0

Source :- ODIA PUA

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବରଣ୍ଡୁଆ ଗ୍ରାମରେ ଥିବା ପ୍ରସ୍ତାବିତ ଗ୍ରାମ ପାର୍କର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ନେଇ ଆଜି ପଦକ୍ଷେପ ନିଆଯାଇଛି। ବରଣ୍ଡୁଆ ଗ୍ରାମରେ ଅନୁଷ୍ଠିତ ଜ଼ିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଉଠିଥିବା ଅଭିଯୋଗ ପରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ସମେତ ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ଓ ବାସୁଦେବପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମିତା କର ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ପ୍ରସ୍ତାବିତ ଗ୍ରାମ ପାର୍କର ସୌନ୍ଦର୍ଯ୍ୟକରଣ ସହ ପାର୍କର ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପାର୍କକୁ ଅଧିକ ଆକର୍ଷଣୀୟ ଓ ସୁନ୍ଦର କରିବା ପାଇଁ ଏହାକୁ ଅମୃତ ସରୋବର ଯୋଜନାରେ ସାମିଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ, ପାର୍କ ନିକଟରେ ଥିବା ପୋଖରୀର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରି ଏହାକୁ ଏକ ଆକର୍ଷଣୀୟ ଜଳାଶୟ ଭାବେ ବିକଶିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ଉଦ୍ୟାନ କୃଷି ବିଭାଗ ମାଧ୍ୟମରେ ଏକ ନଡ଼ିଆ ବଗିଚା ସୃଷ୍ଟି କରିବାର ଯୋଜନା ରହିଛି। ଏହାଦ୍ୱାରା ଅଂଚଳର ସବୁଜିମା ବୃଦ୍ଧି ସହ ପରିବେଶର ସୌନ୍ଦର୍ଯ୍ୟ ବଢ଼ିବା ସହ ଭବିଷ୍ୟତରେ ଏହା ଏକ ଆକର୍ଷଣୀୟ ସ୍ଥାନ ଭାବେ ପରିଚିତ ହୋଇପାରିବ। ପାର୍କ, ପୋଖରୀ ଓ ନଡ଼ିଆ ବଗିଚାର ସମନ୍ୱିତ ବିକାଶ ମାଧ୍ୟମରେ ବରଣ୍ଡୁଆ ଗ୍ରାମକୁ ଏକ ସୁନ୍ଦର, ସବୁଜ ଓ ପରିବେଶ ଅନୁକୂଳ ସ୍ଥାନ ଭାବେ ଗଢ଼ିତୋଳିବା ଆଶା କରାଯାଉଛି।

SOURCE: ODIA PUA