Home national news oriya ବାଂଶଡା ପୂଜା କମିଟି ପକ୍ଷରୁ ପ୍ରତିଭା ଅନ୍ୱେଷଣ ଏବଂ ଶିକ୍ଷାବିତଙ୍କୁ ସମ୍ବର୍ଦ୍ଧନା

ବାଂଶଡା ପୂଜା କମିଟି ପକ୍ଷରୁ ପ୍ରତିଭା ଅନ୍ୱେଷଣ ଏବଂ ଶିକ୍ଷାବିତଙ୍କୁ ସମ୍ବର୍ଦ୍ଧନା

7
0

Source :- ODIA PUA

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପବିତ୍ର ଦଶହରା ଏବଂ ଲକ୍ଷ୍ମୀପୂଜା ଅବସରରେ ବାଂଶଡା ପଂଚାୟତ ରେ କୁନି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ସ୍ଥାନୀୟ ପିଲା ମାନଙ୍କୁ ନେଇ ,ମ୍ୟୁଜିକ ଚେୟାର, ଗଣିତ ରେସ୍‌, ନୃତ୍ୟ, ସଙ୍ଗୀତ ପରିବେଷଣ, ଅନ୍ଧ ପୁଟୁଳି, ଦହିହାଣ୍ଡି ଭଙ୍ଗା, କବାଡି, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହିତ ପୁରସ୍କୃତ କରାଯାଇଥିଲା। ଏଥି ସହ ହୋଇଥିବା ସଭାରେ ଯୁବନେତା ପ୍ରଫୁଲ୍ଲ ନାୟକ, ପ୍ରଭାତ ବେହେରା, ଶୈଳେନ୍ଦ୍ର ପାତ୍ର, ସାମ୍ବାଦିକ ସୁବାସ ମହାନ୍ତି, କମିଟି ସଭାପତି ନବଘନ ଦାସ, ପ୍ରଶାନ୍ତ ଦାସ ପ୍ରମୁଖ ଯୋଗ ଦେଇ ଥିଲେ। ଏହି ଉତ୍ସବରେ ବରିଷ୍ଠ ଶିକ୍ଷାବିତ ଧନେଶ୍ୱର ଦାସଙ୍କୁ ବାଂଶଡା ରତ୍ନ ଭାବେ ସମ୍ମାନିତ କରା ଯାଇଥିଲା। ଶିକ୍ଷାବିତ ଧନେଶ୍ୱର ଦାସ ଙ୍କୁ ଫୁଲତେଡା, ଉତରୀୟ ସହିତ ମାନପତ୍ର ପ୍ରଦାନ କରା ଯାଇଥିଲା। ହୋଇଥିବା ସଭାରେ ମହେଶ୍ୱର ବେହେରା, ଶୁଭାଶିଷ ରାଉଳ, ନରେନ୍ଦ୍ର ସାହୁ, ମନେଜ ବଳ, ବିପିନି ରାଉତ, ନିରାକାର ନାୟକ, ବଳରାମ ନାୟକ, ବାଜୁଆ ପଲେଇ, ରବୀନ୍ଦ୍ର ବଳ, ରାଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଞ୍ଜୟ ସାହୁ, ଦିବ୍ୟକାନ୍ତ ବାରିକ, ରାଜେଶ ରାଉତ, ଘନଶ୍ୟାମ ସେଠୀ, ବବୁଲ ସେଠୀ, ବବୁଲ ପାତ୍ର, ଅଭୟ ସାହୁ, ନବକିଶୋର ସାହୁ, ଇନ୍ଦ୍ରମଣି ନାୟକ, ଜିତେନ୍ଦ୍ର ବେହେରା, ରାଜେଶ ପାତ୍ର, ସୁରେଶ ମହାଳିକ, ସୁଶାନ୍ତ ବାରିକ, ପ୍ରମୋଦ ମହାଳିକ ଅଜୟ ପଲେଇଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଶ୍ୱଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA