Home national news oriya ବାବା ସିନ୍ଦୁକେଶ୍ୱର ଓ ମା’ ତାରିଣୀଙ୍କ ଦର୍ଶନ କଲେ ବିଧାୟକ ସଂଜୀବ୍ ମଲ୍ଲିକ

ବାବା ସିନ୍ଦୁକେଶ୍ୱର ଓ ମା’ ତାରିଣୀଙ୍କ ଦର୍ଶନ କଲେ ବିଧାୟକ ସଂଜୀବ୍ ମଲ୍ଲିକ

4
0

Source :- ODIA PUA

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ ଅନ୍ତର୍ଗତ ଅଣିଜ ଗ୍ରାମ ପଂଚାୟତ ର ବାବା ସିନ୍ଦୁକେଶ୍ୱର ଙ୍କ ପୀଠରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ପହଁଚି ବାବାଙ୍କ ଦର୍ଶନ କରିବା ସହ ତୋରଣ ନିର୍ମାଣ କାର୍ଯ୍ୟ ର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନାଓ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ସେହିପରି ବନ୍ତ ବ୍ଲକ୍ ଅନ୍ତର୍ଗତ (ଶ୍ରୀବନ୍ତପୁର) ଚାଇଁପୁର ଠାରେ ମାଁ ତାରିଣୀ ଙ୍କ ପୀଠରେ ଅଷ୍ଟାଦଶ ବାର୍ଷିକ ଉତ୍ସବ ବିଶ୍ୱଶାନ୍ତି ମହାଯଜ୍ଞ ଅବସରରେ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ ଯୋଗଦେଇ ଜନସାଧାରଣ ଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରୁଛନ୍ତି ।

SOURCE: ODIA PUA