Home national news oriya ଭଦ୍ରକ : ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ : ବ୍ରାଉନସୁଗାର ଜବତ, ୨ ଗିରଫ

1
0

Source :- ODIA PUA

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବନ୍ତଛକ ନିକଟ ଏକ ପରିତ୍ୟକ୍ତ ଘରୁ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଧରିଛି ଭଦ୍ରକ ପୁଲିସ୍‌। ଏବଂ ସେମାନଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଦୁଇ ବ୍ରାଉନସୁଗାର ବେପାରୀ ହେଲେ କଟକ ସଦର ଥାନା ଅଂଚଳର ସ୍ୱାଧୀନ ଦାସ ଓ ବାବୁଲା ବାରିକ। ଏହି ଦୁଇଜଣ ଭଦ୍ରକକୁ ଆସି ବ୍ରାଉନସୁଗାର ନେଇ କଟକ ଯିବାର ଥିଲା। ସେହି ପରିତ୍ୟକ୍ତ ଘରେ ଉଭୟ ରହିଥିବାବେଳେ ସ୍ୱତନ୍ତ୍ର ପୁଲିସ୍ ସ୍କ୍ୱାର୍ଡ ମାଡିବସିଥିଲା। ଭଦ୍ରକ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର କେଶ୍ ନଂ ୩୯୦/୨୬ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛନ୍ତି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

SOURCE: ODIA PUA