Source :- ODIA PUA
ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଗୁଡ଼ୁପାଳ ଗ୍ରାମ ବନ୍ୟାପାଣି ଘେରରେ ଥିବାରୁ ବିଜେଡ଼ି ପଞ୍ଚାୟତ ସଭାପତି ଗଣେଷ ପ୍ରସାଦ ନାୟକ ସୋମବାର ନିଜ ଗ୍ରାମର ୩ଟି ୱାର୍ଡ଼ରେ ରିଲିଫ ଆକାରରେ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତ। ସେ ରିଲିଫ ଆକାରରେ ୧୫୦ ପରିବାରଙ୍କୁ ଚୁଡା,ମୁଢି,ଚିନି ଓ ପାଉଁ ରୁଟି ବଣ୍ଟନ କରିଥିଲେ। ଗୁଡୁପାଳ ଗ୍ରାମରେଥିବା ବିପନ୍ନଙ୍କୁ ରିଲିଫ ବଣ୍ଟନକରି ଗଣେଷ ନାୟକ ଏକ ମହନୀୟତାର ପରିଚୟ ଦେଇଥିବା ବେଳେ ଯୁବପିଢ଼ିମାନେ ସେବାମନୋବୃତ୍ତିରଖି କାର୍ଯ୍ୟକରିବାକୁ ବାର୍ତ୍ତା ଦେଇପାରିଥିବା ସାଧାରଣରେ ଆଲୋଚନା ହେଉଛି। ସମାଜ ସେବୀକା ଅଭିଲିପସା ନାୟକ, ବିଜୟ ମହାଳିକ, ପିତାମ୍ବର ସେଠୀ, ପାର୍ଥ ସାରଥୀ ନାୟକ, ଭୀମସେନ ନାୟକ, ବିଜୟ ନାୟକ ପ୍ରମୁଖ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।
SOURCE: ODIA PUA




