Home national news oriya ଦୋଳସାହି ଭଗବତୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଦୋଳସାହି ଭଗବତୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

2
0

Source :- ODIA PUA

ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି ଭଗବତୀ ବାଳିକା ଶିକ୍ଷାୟତନର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ରଘୁନାଥ ପଶୁପାଳଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରାମନାରାୟଣ ନାୟକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ଡ. ବିଶ୍ୱରଞ୍ଜ ଦାସ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଅମରନାଥ ଶତପଥି, ଦୟାନିଧି ପଣ୍ଡା, ଓଷ୍ଟା ଜିଲା ସମ୍ପାଦକ ପ୍ରଭାତ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଅନୀଲ ମିଶ୍ର, ବ୍ଲକ ସମ୍ପାଦକ ବିଶ୍ୱନାଥ ପଣ୍ଡା, ବିଦ୍ୟାଳୟ ଦିଗ୍‌?ଦର୍ଶକ ଅମର ନାୟକ ପ୍ରମୁଖ ଯୋଗ ଦେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ ବିଦ୍ୟାଳୟ ଆରମ୍ଭରୁ ଦୀର୍ଘ ୩୭ ବର୍ଷ ଧରି କାର୍ଯ୍ୟ କରି ବହୁ ଘାତ ପ୍ରତିଘାତ ମଧ୍ୟରେ ବିଦ୍ୟାଳୟକୁ ଜିଲାରେ ସ୍ୱତନ୍ତ୍ର ସ୍ଥାନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂିମକା ଗ୍ରହଣ କରିଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠ, ନିୟମାନୁବର୍ତ୍ତୀ, ଛାତ୍ରୀବତ୍ସଳ ଶିକ୍ଷୟିତ୍ରୀ ଭାବେ ଛାତ୍ରୀ ଓ ଅଭିଭାବକ ମହଲରେ ଖୁବ୍ ପ୍ରିୟପାତ୍ରୀ ହୋଇପାରିଥିଲେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅଭୟ କୁମାର ସାମଲ, ସମାଜସେବୀ ହିମାଦ୍ରୀ ରାଉତରାୟ, ପରିଚାଳନା କମିଟି ସଦସ୍ୟ ସୁକାନ୍ତ ନାୟକ, କାଞ୍ଚନ ରାଉଳ, ସିଆରସିସି ସସ୍ମିତା ମଞ୍ଜରି ନାୟକ, ଏସଏମସି ସଭାପତି ମହିମା ଜେନା, ଉପସଭାପତି କୁନି ବେହେରା, ନିଶିକାନ୍ତ ଭଟ୍ଟରାୟ, ସବିତା ଗୋଚ୍ଛାୟତ, ଅନୀତା ସେଠୀ, ମାନିନୀ ପଣ୍ଡା, ଯଶୋଦା ନାୟକ, ଭଗବତୀ ନାୟକ, ହେମପ୍ରଭା ପାଣିଗ୍ରାହୀ, ଝରଣା ଜେନା, ୱାର୍ଡ଼ସଭ୍ୟ କୁମୁଦିନୀ ମୁଖୀ, ସ୍କୁଲର ଶିକ୍ଷୟିତ୍ରୀ ବୀଣାପାଣି ବିଶ୍ୱାଳ, ରାଜଶ୍ରୀ ଅଚାର୍ଯ୍ୟ, ମନୋରମା ଦାସ, ବିମଳା ବେହେରା, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜୟନ୍ତୀ ଖୁଣ୍ଟିଆ, ଅଫିସ ସହାୟକ ମହେଶ୍ୱର ସାହୁ, କୈଳାସ ବାରିକଙ୍କ ସମେତ ଶିକ୍ଷା କର୍ମଚାରୀ ଅନ୍ନପୂର୍ଣ୍ଣା ନାୟକ, ଜ୍ୟୋତ୍ସ୍ନାରାଣୀ ପାତ୍ର, ଅମିତା ନାୟକ, ଚଞ୍ଚଳା ରାଉଳ, ରଶ୍ମିତା ଜେନା, ପରିଚାଳନା କମିଟିର ସମସ୍ତ ସଦସ୍ୟ, ପୁରାତନ ଛାତ୍ରୀ କ୍ରଷ୍ଣା ମଲ୍ଲିକ, ଜ୍ୟୋତିସ୍ୱପ୍ନା ମିଶ୍ର, ଜ୍ୟୋଶ୍ରୀ ବେହେରା ଓ ଛାତ୍ରୀମାନେ ଉପସ୍ଥିତ ରହି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

SOURCE: ODIA PUA