Source :- ODIA PUA
ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନରେ ଆଜି ଗୁରୁଦିବସ ଉତ୍ସାହ ଓ ଭକ୍ତିପୂର୍ଣ୍ଣ ସହକାରେ ପାଳିତ ହୋଇଯାଇଛି । ଏହି ବ୍ଲକର ଅନ୍ୟତମ ପୁରାତନ ଅଡାଳପଙ୍କ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟରେ ଆଜି ଗୁରୁଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ପିତବାସ ଜେନାଙ୍କ ସଭାପତିତ୍ୱରେ ଅୟୋଜିତ ସଭାରେ ଅବସରପ୍ରାପ୍ତ ଶିକ୍ଷାଗୁରୁ ପ୍ରକାଶ ଚନ୍ଦ୍ର ସାହୁ, ନାରାୟଣ ଚନ୍ଦ୍ର ରାଉତ, ସିଦ୍ଧେଶ୍ୱର ପଣ୍ଡା, ନିରଞ୍ଜନ ପଣ୍ଡା, ନରହରି ଧଳ, ନିରୂପମା ଦାଶ, ପ୍ରଫୁଲ କର,ସନାତନ ଜେନା, ପଦ୍ମଲାଭ ସେଠୀ, ଉଦୟ ନାଥ ପଣ୍ଡା, ଶାନ୍ତିଲତା ପାଣିଗ୍ରାହୀ, ଚିତରଞ୍ଜନ ପାଣିଗ୍ରାହୀ, ଜଗବନ୍ଧୁ ଖିଲାର, ବ୍ରହ୍ମାନନ୍ଦ କର ଅତିଥି ଭାବେ ଯୋଗଦେଇ ଗୁରୁଛାତ୍ରଙ୍କ ସଂର୍ପକ ଉପରେ କହିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶିକ୍ଷାଗୁରୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଲୋକରଞ୍ଜନ ମୁଖାର୍ଜୀ ଆଭିମୁଖ୍ୟ ଓ ଅତିଥି ପରିଚୟ ରଖିଥିବା ବେଳେ ଶେଷରେ ଆଶାଲତା ରାଜ ଧନ୍ୟବାଦ ଅର୍ପଣ କରିଥିଲେ । ବନଲତା ଦାସ, ପ୍ରାଚୀପ୍ରଭା ନାୟକ, ସସ୍ମିତା ଦାସ, ଜାନକୀ ପାଲ୍, ସୁଷମା ମଲ୍ଲିକ, ବିଣାପାଣୀ ବେହେରା, ମନ୍ମଥ ଜେନା ସହଯୋଗ କରିଥିଲେ । ଆରଡେଶ୍ୱର ଉଚ୍ଚ ବିଦ୍ୟାଳୟ ଆଡିଆରେ ଗୁରୁଦିବସ ପାଳିତ ହୋଇଛି । ପ୍ରଧାନଶିକ୍ଷକ ରବିନ୍ଦ୍ର ପ୍ରସାଦ ନନ୍ଦଙ୍କ ଆବାହକତ୍ୱରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଷିକେଷ ମିଶ୍ର, କୁଳମଣୀ ରାଉତ, ଉଦୟ ନାରାୟଣ ସାହୁ, ଅବସରପ୍ରାପ୍ତ ଶିକ୍ଷକ ପରମାନନ୍ଦ ପଣ୍ଡା, ବିଜୟ କୁମାର ମଲ୍ଲିକ, ସସ୍ମିତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ପକ୍ଷରୁ ଅତିଥି ମାନଙ୍କ ଗୁରୁପୂଜନ କରାଯାଇଥିଲା । ଶିକ୍ଷକ ପ୍ରଶାନ୍ତ କୁମାର ଜେନା, ଜିତା ମଳିକଙ୍କ ସମେତ ଅନିତା ଜେନା, ଶଙ୍କର୍ଷଣ ନାୟକ, ରଙ୍ଗାଧର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିିଥିଲେ । ଶିକ୍ଷୟିତ୍ରୀ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ନିମାପଡାସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ସୂର୍ଯ୍ୟମଣୀ ରାଉଳଙ୍କ ପରୌହିତରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଷିକେଷ ମିଶ୍ର, ଶିଶୁ ମନ୍ଦିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଧାନଆଚାର୍ଯ୍ୟା ଇତିଶ୍ରୀ ମହାପାତ୍ର ଅତିଥି ଥିଲେ । ଛାତ୍ରଛାତ୍ରୀ ମାନେ ଗୁରୁଦିବସ ଉପରେ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅଷ୍ଟମ ଶ୍ରେଣୀ ପକ୍ଷରୁ ଶିକ୍ଷାଗୁରୁ ମାନଙ୍କୁ ପୂଜନ କରାଯାଇଥିଲା । ଆଚାର୍ଯ୍ୟା ଉଷାରାଣୀ ବେହେରା, ସବିତାରାଣୀ ଦାସ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ମିନତୀଲତା ରାଉତ, ସସ୍ମିତା ପତି, ସୁନିଲ୍ ରାଉଳ, ପ୍ରସନ୍ନ ରଥ, ମାନସ କୁମାର ନାୟକ, ରେବତୀ ବାରିକ, ଦମୟନ୍ତୀ ପାଣିଗ୍ରାହୀ,ସାବିତ୍ରୀ ମାଝୀ, ପ୍ରଭାତୀ ପତି ପ୍ରମୁଖ ପରିଚାଳନା କରିଥିଲେ । ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଥିବା ପଧାନପଡା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ ଏବଂ ଅବସରପ୍ରାପ୍ତ ଶିକ୍ଷକ ଅବଦୁଲ୍ ନଇମଙ୍କୁ ମଦରସା ରଜଭିଆ ହଚିତିଆ ମାଲତୀରା ପକ୍ଷରୁ ଗୁରୁ ଦିବସ ଅବସରରେ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରାରମ୍ଭରେ ମଦରସା ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ପରିଚାଳନା ପରିଷଦ ପକ୍ଷରୁ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ପରେ ପ୍ରଧାନଶିକ୍ଷକ ସେକ୍ ଜୁଲ ପୁକାରଙ୍କ ସଭାପତିତ୍ୱରେ ଶିକ୍ଷକ ଗୋଲମ୍ ମୁସରଫ୍ କାଦରୀ, ମହମ୍ମଦ ରଫିକ୍, ସେକ୍ ଖୁରବାନ,ସେକ୍ ଫୁରକାନ, ୟାସ୍ମିନ୍ ଖାନମ୍, ସଲମା ଖାତୁନ ପ୍ରମୁଖ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ୟାକତ ସାର୍ ଆମ ସମସ୍ତଙ୍କ ପାଇଁ ଆଦର୍ଶ ବୋଲି କହି ଉତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମର୍ଦ୍ଧନା ଦେଇଥିଲେ । ସେହିପରି ପିଏମ୍ଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟ ସେଣ୍ଢତିରାରେ ଏହି ଦିବସ ପାଳିତ ହୋଇଛି । ପ୍ରଧାନଶିକ୍ଷୟିତ୍ରୀ ପ୍ରଭାସିନୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପିତାମ୍ବର ପହି, ଅନନ୍ତ ଚରଣ ନାୟକ, ଅନାଦି ଚରଣ ସେନାପତି, ସବିତା ସାହୁ, ହୃଷିକେଷ ସାହୁ , ପର୍ଶୁରାମ ନାୟକ ପ୍ରମୁଖ ଶିକ୍ଷାଗୁରୁ ଉପସ୍ଥିତ ଥିଲେ । ବିଦ୍ୟାଳୟ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ କରାଯାଇଥିଲା । ଶିକ୍ଷକ ଶ୍ରୀକାନ୍ତ ପଣ୍ଡା, ଅଭୟ ପ୍ରଧାନ, ମାନସୀ ସେଠୀ, ପଦ୍ମାବତୀ ଧଳ, ମନୋଜ ଶଙ୍ଖୁଆ, ବବିଲତା ପ୍ରଧାନ, ସାମ୍ୟ ଶିଖା ଜେନା, ଅଭିମନ୍ୟୁ ବାରିକ, ଚିନ୍ମୟ ନାୟକ, ବିଜୟ ସାହୁ, ଶୁଭାଶିଷ ଜେନା ପ୍ରମୁଖ ସହଯୋଗ କରିଥିଲେ ।
SOURCE: ODIA PUA




