Home national news oriya ବାଲ୍ୟ ବିବାହ ମୁକ୍ତ ଅଭିଯାନର ଶୁଭାରମ୍ଭ

ବାଲ୍ୟ ବିବାହ ମୁକ୍ତ ଅଭିଯାନର ଶୁଭାରମ୍ଭ

2
0

Source :- ODIA PUA

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମାଜିକ ସଂଗଠନ ୟୁନିଫାଏଡ୍ ଆକ୍ସନ କାଉଁସିଲ ପକ୍ଷରୁ ବାଲିପୋଖରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ନିମାଇ ଚରଣ ଶତପଥି, ଭଦ୍ରକ ଆସିଆନାର ସମ୍ପାଦିକା ସୋଫିଆ ସେକ୍ ଶିଶୁ ଚାଲାଣ ଓ ନିର୍ଯାତନା ଉପରେ ଆଲୋକପାତ କରି ସୁରକ୍ଷିତ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମୂଲ୍ୟ କୁମାର ପ୍ରଧାନ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଭ୍ୟ ପ୍ରଦୀପ୍ତ କୁମାର କର, ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ପ୍ରମୁଖ ବାଲ୍ୟ ବିବାହ ମୁକ୍ତ ଉପରେ ମତ ରଖିଥିଲେ । ଏହି ଅବସରରେ ବାଲ୍ୟ ବିବାହ ମୁକ୍ତ ଭାରତ ଓ ବିଶ୍ୱ ଅଭିଯାନକୁ ସଫଳ କରିବା ପାଇଁ ଶପଥପାଠ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆରତ ରଞ୍ଜନ ମହାପାତ୍ର, ସୁଜ୍ଞାନ ମିଶ୍ର ସହଯୋଗ କରିଥିଲେ ।

SOURCE: ODIA PUA