Home national news oriya ବ୍ରହ୍ମାକୁମାର ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ

ବ୍ରହ୍ମାକୁମାର ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ

7
0

Source :- ODIA PUA

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ସେବାକେନ୍ଦ୍ର ଆଗରପଡା ଆନୁକୂଲ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ନିଶାମୁକ୍ତ ଭାରତ ଅଭିଯାନ ସର୍ମ୍ପକିତ ସଚେତନ କରାଯାଇଛି । ଦାଦି ପ୍ରକାଶମଣିଙ୍କ ପୂର୍ଣ୍ଣତିଥି ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ଏଠାରେ ଥିବା ଆଗରପଡା ମହିଳା ମହାବିଦ୍ୟାଳୟ ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୃଷ୍ଣ ଚରଣ ବିଦ୍ୟାମନ୍ଦିର, ଆଶାମଣି ଉଚ୍ଚ ବିଦ୍ୟାପୀଠ କୁଣ୍ଡି ମହାନ୍ତିପଡା, ଟିକିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟାପକ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ସେବାକେନ୍ଦ୍ରର ମୁଖ୍ୟ ପରିଚାଳିକା ବ୍ରହ୍ମା କୁମାରୀ ସାରଥୀ ମାର୍ଗ ଦର୍ଶନ କରିଥିଲେ । ନିଶା ସେବନର ଅପକାରିତା ସମ୍ବନ୍ଧରେ ଆଲୋଚନା କରାଯିବା ସହ ନିଜ ଜୀବନରେ ଦିବ୍ୟଗୁଣ ଧାରଣ କରି ନିଶା ସେବନରୁ ସହଜରେ ମୁକ୍ତି ପାଇବାକୁ ପରାମର୍ଶ ଦିଆଯାଇଥିଲା । ମହିଳା କଲେଜ ଅଧ୍ୟକ୍ଷା ନଳିନୀ ପ୍ରଭା ଶତପଥି,ସୁସ୍ମିତା ନାୟକ,ନିଳିମା ବିଶ୍ୱାଳ, କରୁଣାକର ସାହୁ,ନିରଞ୍ଜନ ପତି, ପ୍ରଣତି ରାଉତ, ସୁନେତ୍ରା ରାୟ,କୃଷ୍ଣଚରଣ ବିଦ୍ୟାମନ୍ଦିରର ମନୋଜ ବେହେରା, ମିନତୀ ସାହୁ, ଶାନ୍ତିଲତା ଜେନା, ସରକାରୀ ବାଳିକା ବିଦ୍ୟାଳୟର ଅଜିତ୍ କୁମାର ରାଉଳ, ସାବିତ୍ରୀ ମଞ୍ଜରୀ ଦାଶ, ବନଜିନୀ ନାୟକ, ଭାଗ୍ୟଶ୍ରୀ ପଣ୍ଡା, ସାଗରିକା ମହାନ୍ତି, ରଞ୍ଜିତା ଶିଅଳ, ସୁମିତ୍ରା ନାଇକ, ଆଶାମଣୀ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାନ୍ତି ମିନାକ୍ଷୀ ଉଦଗାତା, ପରେଶ କୁମାର ବାରିକ, ତାପସ କୁମାର ନନ୍ଦ, ଧିରେନ୍ଦ୍ର ଷଡଙ୍ଗୀ, ସଞ୍ଜୟ କୃଷ୍ଣ ମହାପାତ୍ର, ତାପସ ନନ୍ଦ, ପରେଶ ବାରିକ, ଟିକିରା ସ୍କୁଲରେ ଅମରେନ୍ଦ୍ର ଦାଶ, ନିନ୍ମୟୀ ମହାନ୍ତି, ମାଧବୀଲତା ରାଉତ, ଗଦାଧର ଜେନା, ପାର୍ବତୀ ସେଠୀ, ଉର୍ମିଳା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ସେବା କେନ୍ଦ୍ରର ବ୍ରହ୍ମାକୁମାରୀ ମାନସୀ, ପିଙ୍କି, ମାଧବୀ, ଲିନା, ବ୍ରହ୍ମାକୁମାର ବଳରାମ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

SOURCE: ODIA PUA