Source :- ODIA PUA
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ବିଡ଼ିଓ ଦେବଦତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଭାବେ ଏସକେ ମୁଜାମିଲ ଓ ମମତା ରାଉଳ ଯୋଗ ଦେଇଥିଲେ। ସାଂପ୍ରତିକ ସମୟରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥିବା ବେଳେ ଏଥିରୁ ମୁକ୍ତି ପାଇବାକୁ ହେଲେ ଯୋଗ ଅପରିହାର୍ଯ୍ୟ ବୋଲି ପ୍ରଶିକ୍ଷକ ମତ ଦେଇଥିଲେ। ଏହି ଅବସରରେ ପ୍ରଶିକ୍ଷକ ମାନେ ବିଭିନ୍ନ ଶାରୀରିକ ଯୋଗ ପ୍ରଦର୍ଶିତ କରିଥିବା ବେଳେ କର୍ମଚାରୀ ମାନଙ୍କୁ ଏ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ଜିପିଓ ବିଳାସିନୀ ସେନାପତିଙ୍କ ସମେତ ସାନ୍ତ୍ୱନା ଦାସ, ଉଦୟ ନାଥ ବେଜ, ସୁଧାଂଶୁ ପାଢ଼ୀ ଶୋଭନ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ। ସେହିଭଳି ମଞ୍ଜୁରୀରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦିବସ ଡାକ୍ତର ଦେବାଶିଷ ପତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।ନାଆମୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ଡ଼ଃ ଅଜୟ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼ଃ ରଘୁନାଥ ସାହୁ ଯୋଗାଭ୍ୟାସ କରାଇଥିଲେ।ଅନୁରୂପ ଭାବେ ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି।
SOURCE: ODIA PUA




