Source :- ODIA PUA
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ଼ ଡାକ୍ତରଖାନାର ପଶ୍ଚିମ ପାଖରେ ଥିବା ପାଚେରୀର ପ୍ରାୟ ୨୦ ଫୁଟ ଲମ୍ବର କାନ୍ଥ ଭୁସୁଡ଼ି ପଡ଼ିଛି।କୌଣସି ବିଶେଷ କାରଣ ନଥାଇ ଏହି ସ୍ଥାନଟିରେ ପାଚେରୀ ଭାଙ୍ଗି ଯାଇଥିବା ଡାକ୍ତରଖାନାର କର୍ମଚାରୀଙ୍କ ସୂତ୍ରରୁ ଜଣାଯାଇଛି ।ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏପରି ହୋଇଥିବା କୁହାଯାଇଛି।ଏହି ଡାକ୍ତରଖାନାର ଫାଟକ ନିର୍ମାଣ କାର୍ଯ୍ୟ ହେଉନଥିବା ବେଳେ ପାଚେରୀ ଭାଙ୍ଗିଯିବା ଯୋଗୁ ବୁଲା ଗୋରୁ,କୁକୁର ମାନେ ପରିସରରେ ଅବାଧ ଭାବେ ପଶି ପରିବେଶ ଦୂଷିତ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି ।
SOURCE: ODIA PUA




