Source :- ODIA PUA
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅର୍ଣ୍ଣପାଳ ପଂଚାୟତର ରାଜୁଆଳି ମଧୁବନ ସାହି, ରାଜମକୁନ୍ଦପୁର ଜେନା ସାହିର ୨୫ଟି ଦଳିତ ପରିବାର ଙ୍କୁ ରିଲିଫ ବଂଟନ କରାଯାଇଛି। ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ସଭାପତି ତଥା ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ନେତୃତ୍ୱରେ ଜିଲ୍ଲା ଦଳିତ ମହାସଂଘର ଏକ ୧୫ଜଣିଆ ପ୍ରତିନିଧି ଦଳ ବନ୍ୟା ପ୍ରପୀଡିତ ଗ୍ରାମରେ ପହଂଚି ଘର ଘର ବୁଲି ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଂଟନ କରିଥିଲେ । ଅଦ୍ୟାବଧି ବନ୍ୟା ଘେରରେ ଥିବା ବନ୍ୟା ବିପନ୍ନଙ୍କ ପାଖରେ ନାଁ ଜିଲ୍ଲା ପ୍ରଶାସନ ପହଂଚିଛି ନାଁ ରାଜ୍ୟ ସରକାର ପହଁଚିଛି । ଏ ସରକାର ବନ୍ୟା ପରିସ୍ଥିତି କୁ ମୁକାବିଲା କରିବାରେ ସମ୍ପୂର୍ଣ ବିଫଳ ହୋଇଛି ବୋଲି ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଅଭିଯୋଗ କରିଛନ୍ତି । ଆୟୋଜିତ ଏହି ରିଲିଫ ବଂଟନ କାର୍ଯ୍ୟକ୍ରମରେ ରଞ୍ଜନ ଜେନା, ମନୋଜ ମଲ୍ଲିକ, ସୂଦୀପ୍ତା ପଟ୍ଟନାୟକ, ଇନ୍ଦୁମତୀ ମଲ୍ଲିକ, ରୀନା ରାଣୀ ଜେନା,,ରବୀନ୍ଦ୍ର ଜେନା ତପନ ଜେନା, ସଂଜୀବ ଜେନା, କଂଗ୍ରେସ ନେତା ସୌଭାଗ୍ୟ ରଞ୍ଜନ ରାଉତଙ୍କ ସମେତ ଜିଲ୍ଲା ଦଳିତ ମହା ସଂଘ ର ସଦସ୍ୟ ମାନେ ସାମିଲ ଥିଲେ ।
SOURCE: ODIA PUA




