Home national news oriya ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ କିଶୋର ନ୍ୟାୟ ଆଇନ ଏବଂ ମୁକ୍ତ ଓ...

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ କିଶୋର ନ୍ୟାୟ ଆଇନ ଏବଂ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଉପରେ ସଚେତନତା କାର୍ଯ୍ୟକ୍ରମ

1
0

Source :- ODIA PUA

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭଣ୍ଡାରି ପୋଖରୀ ସ୍ଥିତ ହାରାମଣି ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣର ପ୍ରତିପକ୍ଷ ଅଧୀବକ୍ତା, ବହ୍ନିଶିଖା ବିଶ୍ୱାଳଙ୍କ ମଂଚ ସଂଚାଳନାରେ ଅନୁଷ୍ଠିତ ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କର ସାମ୍ବିଧାନିକ ଅଧିକାର, ଶିକ୍ଷାର ଗୁରୁତ୍ୱ ଏବଂ ପ୍ରତ୍ୟେକ ଶିଶୁର ବିଦ୍ୟାଳୟମୁଖୀ ହେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ଶିଶୁ ସୁରକ୍ଷା ବିଭାଗର ଶିଶୁ ଆଇନ ବିଶେଷଜ୍ଞ ସୁବ୍ରତ କୁମାର ଦାସ ଯୋଗଦେଇ ଶିଶୁମାନଙ୍କର ମୌଳିକ ଅଧିକାର, କିଶୋର ନ୍ୟାୟ ଆଇନ ଓ ବିଭିନ୍ନ ଆଇନଗତ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ଅଧାରୁ ପାଠପଢ଼ା ଛାଡ଼ିଥିବା ଶିଶୁମାନଙ୍କୁ ପୁନର୍ବାର ବିଦ୍ୟାଳୟମୁଖୀ କରିବା ଏବଂ ସଚେତନତା ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଓ ବ୍ଲକସ୍ତରୀୟ ମଣ୍ଡଳ କ୍ରୀଡ଼ା ସଂଯୋଜକ ରାଜେନ୍ଦ୍ର ନାୟକ, ଜିତେନ୍ଦ୍ର ସାହୁ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପହି ଉପସ୍ଥିତ ଥିଲେ।ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଧାମନଗର ବନାଂଚଳ ଅଧୀନ ବନପାଳ କୃଷ୍ଣଚନ୍ଦ୍ର ବାସ୍କେ, ବନରକ୍ଷୀ ମଧୁସ୍ମିତା ଦାସ ଓ ବନ ବିଭାଗର କର୍ମକର୍ତାମାନେ ଏଥିରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀଗଣ ଏବଂ ପାରାଲିଗାଲ ସ୍ୱେଚ୍ଛାସେବୀ ହରେକୃଷ୍ଣ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ପହି ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA