Source :- ODIA PUA

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଟେବୁଲ ଉପରେ ଥୁଆ ହୋଇଛି ଗଣ୍ଡା ଗଣ୍ଡା ନାମୀ ଦାମୀ ମୋବାଇଲ୍‌। ଭିଭୋ ସାମସଙ୍ଗ ସହ ରହିଛି ଆଇ ଫୋନ ଭଳି ବ୍ରାଣ୍ଡ । କିନ୍ତୁ ଏହା କେଉଁ ମୋବାଇଲ୍ ଦୋକାନ ନୁହଁ ବରଂ ଏହା ହେଉଛି ଜିଲ୍ଲା ପୋଲିସ୍ କାର୍ଯ୍ୟଳୟ ର ସଭା ଗୃହ । ଏଠାରେ କେଉଁ ମୋବାଇଲ୍ ବିକ୍ରି ହେବା ପାଇଁ ରଖାଯାଇନାହିଁ ବରଂ ଚୋରି ହୋଇଥିବା ମୋବାଇଲ୍ କୁ ପୋଲିସ୍ ଆଜି ମୋବାଇଲ୍ ର ଉଚିତ ମାଲିକ ଙ୍କୁ ଫେରାଉଛି । ଆଉ ତାହା ପୁଣି ଏକ ରିକଭରି ମେଳାର ଆୟୋଜନ ମଧ୍ୟ କରିଛି ପୋଲିସ । ସୂଚନା ଥାଉକି ଭଦ୍ରକ ଜିଲ୍ଲାରେ ଚୋରି ହୋଇଥିବା ମୋବାଇଲ୍ କୁ ଜବତ କରିବାରେ କିଛି ମାତ୍ରା ରେ ସକ୍ଷମ ହୋଇଛି ଭଦ୍ରକ ପୋଲିସ୍‌। ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି ହେବା ପରେ ଜିଲ୍ଲାର ବିଭିନ୍ନ ପୋଲିସ୍ ଷ୍ଟେସନ ରେ ଲୋକେ ଅଭିଯୋଗ କରିବା ପରେ ଏସପି ମନୋଜ ରାଉତ ଙ୍କ ନିର୍ଦ୍ଦେଶ ରେ ଏକ ଟିମ୍ ଗଠନ କରି ଚୋରି ହୋଇଥିବା ମୋବାଇଲ୍ କୁ ଜବତ କରିବାରେ ସକ୍ଷମ ହୋଇଛନ୍ତି। ବିଶେଷ କରି କିଛି ମାସ ପୂର୍ବରୁ ଭଦ୍ରକରେ ସାଇବର ଥାନା ଉଦ୍‌ଘାଟନ ହେବା ପରେ ସାଇବର ଅପରାଧ କିଛି ମାତ୍ରା ରେ ରୋକ ଲାଗିଛି। ସାଇବର ଥାନାର ଭାରପ୍ରାପ୍ତ ଅଧିକାରୀ ଦୟାନିଧି ଦାସ ଙ୍କ କାର୍ଯ୍ୟାଦକ୍ଷତା ତଥା ଜିଲ୍ଲାର ବିଭିନ୍ନ ଥାନାର ଥାନାଧିକାରୀଙ୍କ ସ୍ୱତନ୍ତ୍ର ଟିମ ସହଯୋଗରେ ଆଇଏମଇଆଇ ଟ୍ରାକିଙ୍ଗ ତଥା ଅତ୍ୟାଧୁନିକ ଟେକନୋଲୋଜି ଜରିଆରେ ୧୧୭ ଗୋଟି ମୋବାଇଲ୍ କୁ ଜବତ କରିଛି ପୋଲିସ । ଚୋରି ହୋଇଥିବା ମୋବାଇଲ୍ କୁ ଉଚିତ ମାଲିକ ମାନଙ୍କୁ ଡାକି ନିଜ ପରିଚୟ ପତ୍ର ଓ ଅଭିଯୋଗ ପତ୍ର ଦେଖି ମୋବାଇଲ୍ ଫେରାଇଛି ପୋଲିସ । ସାଇବର କ୍ରାଇମ ଠାରୁ ଦୁରେଇ ରୁହନ୍ତୁ, ବ୍ୟବହାର ମୋବାଇଲ କିଣିବା ବେଳେ ସଠିକ ତଥ୍ୟ ରଖି କିଣନ୍ତୁ, ବୋଲି କହିଛନ୍ତି ଭଦ୍ରକ ଏସପି । ଯାହାର ମୋବାଇଲ୍ ଚୋରି ହୋଇଥିଲା ମୋବାଇଲ୍ ପାଇବା ପରେ ଖୁସି ପ୍ରକାଶ କରିବା ସହ ଭଦ୍ରକ ପୋଲିସ୍ କୁ ଧନ୍ୟବାଦ୍ ଜଣାଇଛନ୍ତି।

SOURCE: ODIA PUA