Source :- ODIA PUA

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଚାନ୍ଦବାଲି ବଣିକ ସଂଘର ନୂତନ କାର୍ଯ୍ୟାଳୟ ମଙ୍ଗଳବାର ସନ୍ଧ୍ୟାରେ ଚାନ୍ଦବାଲି ଅରଣ୍ୟ ନିବାସ ନିକଟରେ ଶୁଭ ଉଦଘାଟନ କରାଯାଇଛି। ଏହା ଦ୍ୱାରା ସଂଘର ବହୁ ଦିନର ପ୍ରତୀକ୍ଷା ର ଅନ୍ତ ଘଟିଥିବାବେଳେ ବ୍ୟବସାୟୀ ମହଲ ରେ ଖୁସିର ଲହରି ଖେଳିଯାଇଛି ।ଏହି ଉଦଘାଟନ ଉତ୍ସବରେ ସଂଘର ସଭାପତି ଗୋପିରାମ ଅଗ୍ରୱାଲ ଓ ସମ୍ପାଦକ ସୁଶାନ୍ତ ବିଶ୍ୱାଳ ଫିତା କାଟି କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ସଂଘର ବରିଷ୍ଠ କାର୍ଯ୍ୟକର୍ତା ଓ କମିଟି ସଦସ୍ୟମାନେ ଉପସ୍ଥିତ ରହିଥିଲେ। ସେମାନଙ୍କ ମଧ୍ୟରେ ରାମ ତାର ମୋର, ନିରଞ୍ଜନ ସାହୁ, ମନୋଜ କୁମାର ଅଗ୍ରୱାଲ, ଅରୁଣ ଅଗ୍ରୱାଲ, ଲଷ୍ମୀକାନ୍ତ ପାଢୀ,ରତିକାନ୍ତ ସାହୁ,ନିର୍ମଳ ଚନ୍ଦ୍ର ତାଡ଼ୁ,ନିତ୍ୟପ୍ରକାଶ ବେହେରା, ଯୋଗେଶ ସାହୁ, ପିଂଟୁ ଜ୍ୟୋତି,ମାନସ ବିଶ୍ୱାଳ, ପ୍ରଶାନ୍ତ ଦାସ ଓ ଅତିଷ ସାହୁ ସହ ଅନ୍ୟାନ୍ୟ ବ୍ୟବସାୟୀ ନେତୃବୃନ୍ଦ ଯୋଗଦେଇ ସଂଘର ଆଗାମୀ କାର୍ଯ୍ୟକ୍ରମ ଓ ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷା ନେଇ ଆଲୋଚନା କରିଥିଲେ।ନୂତନ କାର୍ଯ୍ୟାଳୟ ସ୍ଥାପନା ଦ୍ୱାରା ବଣିକ ସଂଘର ସମସ୍ତ କାର୍ଯ୍ୟ ଅଧିକ ସୁଚାରୁ ଭାବେ ପରିଚାଳିତ ହେବ ବୋଲି ସଂଘ ପକ୍ଷରୁ ଆଶା ପ୍ରକାଶ କରା ଯାଇଛି।

SOURCE: ODIA PUA